Latest Odisha News

BREAKING NEWS

କାହିଁକି ପ୍ରଥମ ଦେଖାରେ କାଜୋଲଙ୍କୁ ନାପସନ୍ଦ କରିଥିଲେ ଅଜୟ

ମୁମ୍ବାଇ: ଏପ୍ରିଲ ୨ ଅର୍ଥାତ୍‌ ଆଜି ଅଜୟ ଦେବଗନ ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ଅଜୟ ଦେବଗନ ନିଜ ଅଭିନୟ ବଳରେ ଦର୍ଶକଙ୍କୁ ଅନେକ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। ତାଙ୍କର ଅନେକ ଫିଲ୍ମ ବକ୍ସ ଅଫିସ୍‌ରେ ସଫଳ ବ୍ୟବସାୟ କରିଛି। ଅଜୟ ଦେବଗନ ଅଭିନେତ୍ରୀ କାଜୋଲଙ୍କୁ ବିବାହ କରିଛନ୍ତି। ୧୯୯୫ରେ ପ୍ରଥମ ଥର ପାଇଁ ଉଭୟ ଫିଲ୍ମ ହଲଚଲ ସେଟରେ ଭେଟିଥିଲେ।

ସେମାନଙ୍କ ରୋମାନ୍ସ ଏବଂ ସେମାନଙ୍କ ବିବାହ ଏକଦା ଚର୍ଚ୍ଚା ପରିସରକୁ ଆସିଥିଲା। ତେବେ ଆପଣ ଜାଣନ୍ତି କି ପ୍ରଥମ ସାକ୍ଷାତରେ ଅଜୟ ଦେବଗନ କାଜୋଲଙ୍କୁ ନାପସନ୍ଦ କରିଥିଲେ। ପ୍ରଥମ ଦେଖାରେ ସେ କାଜୋଲଙ୍କୁ ଏତେ ନାପସନ୍ଦ କରିଥିଲେ ଯେ ସେ ପୁନର୍ବାର ତାଙ୍କୁ ଭେଟିବାକୁ ଆଗ୍ରହୀ ନଥିଲେ।

ଏକ ସାକ୍ଷାତକାରରେ ଅଜୟ ଦେବଗନ ଏହା ସ୍ବୀକାର କରିଛନ୍ତି ଯେ, “ଆମେ ହଲଚଲ ପାଇଁ ସୁଟିଂ ଆରମ୍ଭ କରିବା ପୂର୍ବରୁ ମୁଁ ଥରେ କାଜୋଲଙ୍କୁ ଭେଟିଥିଲି। ସତ କହିବାକୁ ଗଲେ, ମୁଁ ଏହା ପରେ ତାଙ୍କୁ ଭେଟିବାକୁ ଆଗ୍ରହୀ ନଥିଲି। ଆମେ ପରସ୍ପରଠାରୁ ବହୁତ ଅଲଗା ରହୁଥିଲୁ। କିନ୍ତୁ, ଯାହା ଘଟିବାକୁ ଥାଏ, ତାହା ନିଶ୍ଚିତ ଘଟେ। “

Leave A Reply

Your email address will not be published.