Latest Odisha News

BREAKING NEWS

ପିଏଫ ଆକାଉଣ୍ଟରୁ କେବେ ଏବଂ କେତେ ଟଙ୍କା ଉଠାଇ ପାରିବେ? ଜାଣନ୍ତୁ ଏହାର ନିୟମ…

ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତି ଟଙ୍କା ଆବଶ୍ୟକ କରନ୍ତି । ଅନେକଥର ଏଥିପାଇଁ ଆମକୁ ଋଣର ସାହାଯ୍ୟ ନେବାକୁ ପଡିଥାଏ । ଯଦି ଆପଣ ଆନୁଷ୍ଠାନିକ କ୍ଷେତ୍ରରେ କାର୍ଯ୍ୟ କରନ୍ତି, ତେବେ ଆପଣଙ୍କର ପିଏଫ (PF) ପ୍ରତି ମାସରେ ଜମା ହୋଇଥାଏ । ପିଏଫ (PF) ସଦସ୍ୟମାନଙ୍କୁ ଇପିଏଫଓ ପକ୍ଷରୁ ଅନେକ ସୁବିଧା ଯୋଗାଇ ଦିଆଯାଇଥାଏ, ସେଥିମଧୟରୁ ଆବଶ୍ୟକତା ସମୟରେ ଆଡଭାନ୍ସ ମଧ୍ୟ ଗୋଟିଏ । ତଥାପି, ଏଥିପାଇଁ କିଛି ନିୟମ ସ୍ଥିର କରାଯାଇଛି, ଯାହା ଅନୁଯାୟୀ ଆପଣ ପିଏଫ ଆକାଉଣ୍ଟରୁ ଆଡଭାନ୍ସ ଉଠାଇ ପାରିବେ । ଆସନ୍ତୁ ଜାଣିବା ପିଏଫରୁ ଆପଣ କେଉଁସମରେ କେତେ ଟଙ୍କା ଉଠାଇ ପାରିବେ ।

ପିଏଫ (PF) ରୁ ଟଙ୍କା ଉଠାଇବାର ପାଇଁ ନିୟମ

ପିଏଫ (PF) ରୁ ଆପଣ ଘର ପାଇଁ ଜମି କିଣିବା, ଘରର ପୁନଃ ନିର୍ମାଣ, ଘର ତିଆରି ପାଇଁ ଋଣ, ପରିବାର ସଦସ୍ୟ କିମ୍ବା ନିଜର ବିବାହ, ପିଲାମାନଙ୍କର ଶିକ୍ଷା, ଚାକିରୀ ହରାଇବା, ନିଜ ଚିକିତ୍ସା କିମ୍ବା ପରିବାର ସଦସ୍ୟଙ୍କ ପାଇଁ ଚିକିତ୍ସା ଭଳି ସମୟରେ ଟଙ୍କା ଉଠାଇ ପାରିବେ । ଆସନ୍ତୁ ଏହାର ନିୟମ ଜାଣିବା..

ଯଦି ପରିବାରର କୌଣସି ସଦସ୍ୟ କିମ୍ବା ନିଜେ ଏକ ମାସରୁ ଅଧିକ ସମୟ ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି କିମ୍ବା କୌଣସି ଗୁରୁତର ରୋଗ କିମ୍ବା ଅସ୍ତ୍ରୋପଚାର କରିବାକୁ ପଡେ, ଏନେଇ ଆପଣ ପିଏଫ (PF) ଆକାଉଣ୍ଟରୁ ୬ ମାସର ବେତନ ଟଙ୍କା ଉଠାଇପାରିବେ ।

ପରିବାରର କୌଣସି ସଦସ୍ୟ କିମ୍ବା ନିଜର ବାହାଘର ହେବାକୁଥିଲେ ମଧ୍ୟ ପିଏଫ (PF)ରୁ ଟଙ୍କା ଉଠାଇ ପାରିବେ । ତେବେ ଟଙ୍କା ଉଠାଇବା ନେଇ ସର୍ତ୍ତ ରହିଛି । ସର୍ତ୍ତ ହେଉଛି ଯେ, ଆପଣ ନିଶ୍ଚିତ ଭାବରେ ଚାକିରିରେ ୭ ବର୍ଷ ପୂରଣ କରିଥିବେ । ଆପଣ ଆପଣଙ୍କର ଅବଦାନର ୫୦ ପ୍ରତିଶତ ପର୍ଯ୍ୟନ୍ତ ପିଏଫ (PF)ରୁ ଟଙ୍କା ଉଠାଇ ପାରିବେ ।

ଚାକିରି ଛାଡିବା ପରେ ମଧ୍ୟ ପିଏଫ (PF)ରୁ ଟଙ୍କା ପ୍ରତ୍ୟାହାର କରିବାର ସୁବିଧା ରିହିଛି । ଯଦି କୌଣସି କାରଣରୁ ଆପଣଙ୍କ କମ୍ପାନୀ ୧୫ ଦିନରୁ ଅଧିକ ସମୟ ପାଇଁ ବନ୍ଦ ଅଛି କିମ୍ବା ଆପଣ ଦୁଇ ମାସରୁ ଅଧିକ ସମୟ କାମ କରିବାକୁ ଯାଇ ନାହାଁନ୍ତି, ତେବେ ଆପଣ ପିଏଫ (PF)ରେ ଜମା ହୋଇଥିବା ସମସ୍ତ ଟଙ୍କାକୁ ପ୍ରତ୍ୟାହାର କରିପାରିବେ ।

ଘର କିଣିବା ପାଇଁ ଆପଣ ପିଏଫ (PF)ରୁ ଆଡଭାନ୍ସ ମଧ୍ୟ ନେଇପାରିବେ । ଏହି ଆଡଭାନ୍ସ ଆପଣଙ୍କର ୩୬ ମାସର ବେତନ ସହିତ ସମାନ ହୋଇପାରେ । ଏହାର ସର୍ତ୍ତ ହେଉଛି ଯେ ଆପଣଙ୍କ ଚାକିରି ୫ ବର୍ଷ ପୂର୍ଣ୍ଣ ହୋଇଥିବା ଦରକାର ।

ଘର ନିର୍ମାଣ ଏବଂ ଘର ମରାମତି ପାଇଁ ଜମି କିଣିବା ପାଇଁ ଆପଣ ପିଏଫ (PF)ରୁ ଟଙ୍କା ମଧ୍ୟ ନେଇପାରିବେ । ଚାକିରି ଆରମ୍ଭ କରିବାର ୫ ବର୍ଷ ପରେ ଏହି ସୁବିଧା ଉପଲବ୍ଧ । ଘର ନିର୍ମାଣ ପାଇଁ ଜମି କିଣିବା ନେଇ ଆପଣ ୨୪ ମାସର ବେତନ ସହିତ ସମାନ ଟଙ୍କା ଏବଂ ଘରର ନବୀକରଣ ପାଇଁ ୧୨ ମାସର ବେତନ ଉଠାଇ ପାରିବେ ।

ଘର ଋଣ ପରିଶୋଧ କରିବାକୁ, ଆପଣ ୩୬ ମାସର ବେତନ ସହିତ ସମାନ ଟଙ୍କା ଉଠାଇ ପାରିବେ । ତଥାପି, ଏଥିପାଇଁ ଆପଣ ନିଶ୍ଚିତ ଭାବରେ ଚାକିରି କ୍ଷେତ୍ରରେ ୧୦ ବର୍ଷ ପୂରଣ କରିଥିବା ଆବଶ୍ୟକ ।

ନିଜର ଏବଂ ପିଲାମାନଙ୍କର ଶିକ୍ଷା ପାଇଁ ପିଏଫ (PF)ରୁ ଆଡଭାନ୍ସ ପ୍ରତ୍ୟାହାର କରିପାରିବେ । ଏଥିପାଇଁ ଆପଣ ୭ ବର୍ଷ ଧରି ଚାକିରି କରିଥିବା ଆବଶ୍ୟକ । ଏଥିରେ, ଆପଣ ଆପଣଙ୍କର ଅବେଦନର ୫୦ ପ୍ରତିଶତରୁ ଅଧିକ ଟଙ୍କା ଉଠାଇ ପାରିବେ ।

 

Comments are closed.