ଧର୍ମଶାଳା: ରୋହିତ ଶର୍ମାଙ୍କ ନେତୃତ୍ୱରେ ଇଂଲଣ୍ଡ ବିପକ୍ଷରେ ଭାରତ ୪-୧ରେ ସିରିଜ ବିଜୟୀ ହୋଇଛି । ୨୦୦୭ରେ ରୋହିତ ଭାରତ ପକ୍ଷରୁ ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଏବେ ସେ ୩ଟି ଯାକ ଫର୍ମାଟରେ ଭାରତର ନେତୃତ୍ୱ ନେଉଛନ୍ତି । ୩୭ ବର୍ଷୀୟ ରୋହିତ କେବେ ଅବସର ନେବେ ସେ ନେଇ ଆଲୋଚନା ଜୋର ଧରିଛି । ଟେଷ୍ଟ ସିରିଜ ଟ୍ରଫି ହାତେଇବା ପରେ ଏହି ପ୍ରଶ୍ନର ଉତର ସେ ଦେଇଛନ୍ତି । ସେ କହିଛନ୍ତି ଯେ, ଯେଉଁଦିନ ମୁଁ ଅନୁଭବ କରିବି ଭଲ ଖେଳିପାରୁ ନାହିଁ ସେତେବେଳେ ଅବସର ନେଇଯିବି । ଏବେ ମୁଁ ମୋ ଜୀବନର ଶ୍ରେଷ୍ଠ ପ୍ରଦର୍ଶନ କରୁଛି । ରୋହିତ ଏବେ ଆଇପିଏଲ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ବୋଲି କହିଛନ୍ତି ।
ମୁମ୍ବାଇ ଇଣ୍ଡିଆନ୍ସ ୨୦୨୪ ସଂସ୍କରଣ ପାଇଁ ରୋହିତଙ୍କ ବଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଛି । ଆଇପିଏଲ ପରେ ଟି୨୦ ବିଶ୍ୱକପରେ ସେ ଭାରତର ନେତୃତ୍ୱ ନେବେ । ଦିନିକିଆ ବିଶ୍ୱକପ ଅଳ୍ପକେ ହାତଛଡା ହୋଇଯିବା ପରେ ଏବେ ତାଙ୍କର ସମ୍ପୂର୍ଣ୍ଣ ନଜର ଟି୨୦ ବିଶ୍ୱକପ ଟ୍ରଫି ହାତେଇବା ଉପରେ ରହିବ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସେ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ ।
Comments are closed.