Latest Odisha News

BREAKING NEWS

କେଉଁ ସମୟରେ ବ୍ୟାୟାମ କରିବା ଉଚିତ୍‌ ?

ସୁସ୍ଥ ଶରୀର ପାଇଁ ପ୍ରତିଦିନ ବ୍ୟାୟାମ କରିବା ନିହାତି ଆବଶ୍ୟକ । ବିଶେଷ କରି ସକାଳ ସମୟରେ ବ୍ୟୟାମ କରିବା ଶରୀର ପାଇଁ ଅଧିକ ଫାଇଦାବନ୍ତ ହୋଇଥାଏ । ତେବେ ବ୍ୟାୟାମର ସଠିକ ସମୟ ହେଉଛି ଧ୍ୟାନ। ଆପଣ କେତେବେଳେ ବ୍ୟାୟାମ ପାଇଁ ସମୟ ବାହାର କରିପାରୁଛନ୍ତି ସେଇଟା ହିଁ ଗୁରୁତ୍ୱପୂର୍ଣ୍ଣ । ତେଣୁ ବ୍ୟାୟାମ ପାଇଁ ସେମିତି ସମୟ ବାହାର କରନ୍ତୁ ଯାହା ଆପଣଙ୍କୁ ସୁହାଉଥିବ । ଯେମିତି ଆପଣ ଧ୍ୟାନର ସହ ବ୍ୟାୟାମ କରିପାରୁଥିବେ। ସକାଳେ ବ୍ୟାୟାମ କରିବା ଦ୍ୱାରା ଆପଣଙ୍କୁ ଫୂର୍ତ୍ତି ଅନୁଭବ କରନ୍ତି ।

BjdElectrycity

ଏକ ଗବେଷଣାରୁ ଜଣାପଡିଛି ଯେ, ଯଦି ଆପଣ ସକାଳ ସମୟରେ ବ୍ୟାୟାମ କରୁଛନ୍ତି ତେବେ ଏହା ଆପଣଙ୍କୁ ରାତିରେ ଭଲ ନିଦ ଦେବ । ଚାପ ସ୍ତରକୁ ହ୍ରାସ କରିବାରେ ଏହା ସାହାଯ୍ୟ ମଧ୍ୟ କରିଥାଏ । ଯାହାଦ୍ୱାରା ଜଣେ ଆରାମରେ ଶୋଇପାରେ ।

ସନ୍ଧ୍ୟା ସମୟରେ ମଧ୍ୟ ସମସ୍ତେ ଆକ୍ଟିଭ୍‌ ରହିଥାଆନ୍ତି । ଏହି ସମୟରେ ବ୍ୟାୟାମ କରିବା ଅର୍ଥ ଅଧିକ ଫିଟ୍ ରହିବା । ସକାଳର ଆରମ୍ଭ ପ୍ରାୟ ଲୋକ କାମ ଚିନ୍ତାରୁ ଆରମ୍ଭ କରନ୍ତି । ଦିନରେ ଆଗକୁ କଣ କରିବେ, କଣ କାମ ବାକି ରହିଗଲା ଏମିତି କିଛି ଚିନ୍ତା ଲାଗିରୁହେ । ସନ୍ଧ୍ୟାରେ କାମରୁ ଟିକେ ମୁକ୍ତି ମିଳିଥାଏ । ତେଣୁ ଏହି ସମୟରେ ବ୍ୟାୟାମ ଉପରେ ଲୋକେ ଅଧିକ ଧ୍ୟାନ ଦେବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ।

Leave A Reply

Your email address will not be published.