Latest Odisha News

BREAKING NEWS

ପ୍ରଥମ ଦେଖାରେ ଶାହାରୁଖ୍‌ଙ୍କୁ ପସନ୍ଦ କରି ନଥିଲେ ଜୁହି ଚାୱଲା; ଫିଲ୍ମ ପାଇଁ ହୋଇ ନଥିଲେ ରାଜି

ନୂଆଦିଲ୍ଲୀ: ୯୦ ଦଶକରେ ବଲିଉଡ୍‌ ଅଭିନେତ୍ରୀ ଜୁହି ଚାୱଲା ଏବଂ ଶାହରୁଖ ଖାନଙ୍କ ଯୋଡି ବେଶ୍‌ ଲୋକପ୍ରିୟ ଥିଲା। ତାଙ୍କ ଅଭିନୀତ କେତୋଟି ଚର୍ଚ୍ଚିତ ଫିଲ୍ମ ହେଉଛି ରାଜୁ ବନ୍‌ ଗୈୟା ଜେଣ୍ଟଲ୍‌ମ୍ୟାନ, ଡର୍‌, ଫିର୍‌ ଭି ଦିଲ୍‌ ହୈ ହିନ୍ଦୁସ୍ତାନୀ, ୟେସ୍‌ ବସ୍‌,ରାମ ଜାନେ।

ତେବେ ଆପଣ ଜାଣନ୍ତି କି ଯେତେବେଳେ ଜୁହି ଚାୱଲା ପ୍ରଥମେ ରାଜୁ ବନ୍‌ ଗୈୟା ଜେଣ୍ଟଲ୍‌ମ୍ୟାନ ସେଟରେ ଶାହରୁଖଙ୍କୁ ଦେଖିଥିଲେ, ସେତେବେଳେ ସେ ତାଙ୍କ ଚେହେରା ଦ୍ୱାରା ପ୍ରଭାବିତ ହୋଇନଥିଲେ। ପ୍ରଥମ ଦେଖାରେ ଜୁହି ଶାହାରୁଖ୍‌ଙ୍କୁ ପସନ୍ଦ କରିନଥିଲେ।

ଏକ ସାକ୍ଷାତକାରରେ ଜୁହି ତାଙ୍କର ଏବଂ ଶାହାରୁଖ୍‌ଙ୍କ ପ୍ରଥମ ଦେଖା ବିଷୟରେ କହିଥିଲେ। ସେ ଭାବିଥିଲେ ଶାହାରୁଖ୍‌ ଅମୀର୍‌ ଖାନ୍‌ଙ୍କ ପରି ଦେଖିବାକୁ ହୋଇଥିବେ। ନିର୍ମାତା ବିବେକ ଭାସୱାନୀ ମଧ୍ୟ ଶାହାରୁଖ୍‌ଙ୍କ ଚେହେରାର ଚିତ୍ର ଅମୀରଙ୍କ ସହ ତୁଳନା କରିଥିଲେ।

ଯେଉଁଥିପାଇଁ ସେ ଭାବିଥିଲେ ଯେ ଶାହାରୁଖ୍‌ ଅମୀରଙ୍କ ପରି ବେଶ୍ ସୁନ୍ଦର ହିରୋ ହୋଇଥିବେ। ଏହାପରେ ଜୁହି ଶାହାରୁଖ୍‌ଙ୍କୁ ଦେଖିବା ପରେ ତାଙ୍କ ସହ ଫିଲ୍ମ କରିବାକୁ ମଧ୍ୟ ମନା କରିଦେଇଥିଲେ। ପରେ ଜୁହି ଫିଲ୍ମ ପାଇଁ ରାଜି ହୋଇଥିଲେ।

Leave A Reply

Your email address will not be published.