Latest Odisha News

BREAKING NEWS

ବାହା ହୋଇନଥିଲେ ବଲିଉଡରେ କାମ ମିଳେ!

ମୁମ୍ବାଇ: ଆଧୁନିକ ଯୁଗର ତାଳେ ତାଳେ ବଦଳିବାକୁ ଲାଗୁଛି ଫିଲ୍ମ ଇଣ୍ଡଷ୍ଟ୍ରି। ବିଶେଷ କରି ବଲିଉଡରେ ବହୁତ ପରିବର୍ତ୍ତନ ଆସିଛି। ଚଳଚ୍ଚିତ୍ରର କାହାଣୀଠାରୁ ଆରମ୍ଭ କରି ଫ୍ୟାଶନ, ସବୁ ବଦଳିଯାଇଛି। ସମ୍ପ୍ରତ୍ତିରେ ସେଲିବ୍ରିଟି ମହିମା ଚୌଧୁରୀଙ୍କର ଇଣ୍ଟର୍ଭ୍ୟୁ ହୋଇଥିଲା ଏବଂ ଏଥିରେ ସେ ବଲିଉଡରେ ଚାଲିଥିବା ଅନେକ ଘଟଣା ଖୁଲାସା କରିଛନ୍ତି।

ଫିଲ୍ମ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ କେତେ ପରିବର୍ତ୍ତନ ହୋଇଛି ତାହା ଏକ ସାକ୍ଷାତକାରରେ ମହିମା ଚୌଧୁରୀ ପ୍ରକାଶ କରିଛନ୍ତି। ସେ କହିଛନ୍ତି ପ୍ରଥମେ ଫିଲ୍ମ ଇଣ୍ଡଷ୍ଟ୍ରିରେ ମହିଳାଙ୍କ ପାଇଁ ଏତେ ଭଲ ସୁଯୋଗ ନଥିଲା। ବଲିଉଡ ସହ ଜଡିତ ଅନେକ ବିଷୟ ଉପରେ ଆଲୋଚନା କରିଥିଲେ ମହିମା। ସେ କୁହନ୍ତି ସମୟର ତାଳେ ତାଳେ ବଲିଉଡ ଏବଂ ଏହାର କାର୍ଯ୍ୟଶୈଳୀ ବଦଳିଯାଇଛି। ପୂର୍ବରୁ ବଲିଉଡରେ ପୁରୁଷଙ୍କୁ ପ୍ରାଧାନ୍ୟ ଦିଆଯାଉଥିଲା ଏବଂ ମହିଳାଙ୍କୁ ଦମନ କରି ରଖାଯାଉଥିଲା।

ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ଅଭିନେତ୍ରୀ ମହିମା କହିଛନ୍ତି, ‘ମୁଁ ଭାବୁଛି ବଲିଉଡ ପୂର୍ବ ଅପେକ୍ଷା ବର୍ତ୍ତମାନ ବହୁତ ବଦଳିଯାଅଛି। ମହିଳା କେନ୍ଦ୍ରିକ ଚଳଚ୍ଚିତ୍ର ବଲିଉଡରେ ପ୍ରାଧାନ୍ୟ ଦିଆଯାଉଛି। ଅଭିନେତ୍ରୀମାନେ ବର୍ତ୍ତମାନ ପୂର୍ବ ଅପେକ୍ଷା ବଡ଼ ଭୂମିକା ଗ୍ରହଣ କରୁଛନ୍ତି। ଯେଉଁଥିପାଇଁ ସେମାନଙ୍କୁ ବିପୁଳ ପରିମାଣର ଅର୍ଥ ପ୍ରଦାନ କରାଯାଏ। ପୂର୍ବ ତୁଳନାରେ ବର୍ତ୍ତମାନ ମହିଳାଙ୍କ ବ୍ୟକ୍ତିଗତ ଜୀବନ ନିଜ କ୍ୟାରିଅରକୁ ପ୍ରଭାବିତ କରେ ନାହିଁ।

ପୂର୍ବରୁ ବଲିଉଡରେ, ଯଦି ଜଣେ ଅଭିନେତ୍ରୀ ତାଙ୍କ ବ୍ୟକ୍ତିଗତ ଜୀବନରେ କାହାକୁ ଡେଟ୍ କରୁଥିଲେ, ତେବେ ଲୋକମାନେ ଏହାକୁ ନେଇ ଅନେକ ଚର୍ଚ୍ଚା କରୁଥିଲେ। ସେତେବେଳେ ସେମାନେ ଚାହୁଁଥିଲେ ଜଣେ ଅଭିନେତ୍ରୀ କୁଆଁରୀ ଥିବା ଆବଶ୍ୟକ। ଯଦି ବିବାହ କରନ୍ତି, ତେବେ ଫିଲ୍ମ ଇଣ୍ଡଷ୍ଟ୍ରିରୁ କାମ ହରାଇବେ। ଯଦି ସନ୍ତାନ ହୁଏ ତେବେ କ୍ୟାରିୟର ସମାପ୍ତ ହୋଇଯିବ।’

ସୂଚନା ଥାଉକି ଖୁବ ଶୀଘ୍ର ମହିମା ଚୌଧୁରୀ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ରାଜନୈତିକ ଡ୍ରାମା ଚଳଚ୍ଚିତ୍ର ‘ଏମର୍ଜେନ୍ସି’ ରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ଜୟ ପ୍ରକାଶ ନାରାୟଣ ଭାବରେ ଅନୁପମ ଖେର ଏବଂ ଶ୍ରେୟାସ ତାଲପଡେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ନଜର ଆସିବେ।

ମହୀମା 1997 ମସିହାରେ ସୁଭାଷ ଘାଇଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ପରଦେଶ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ମହୀମା ଚୌଧୁରୀଙ୍କ ବ୍ୟତୀତ ଶାହାରୁଖ ଖାନ, ଅମ୍ରିଶ ପୁରୀ, ଅପୂର୍ବ ଅଗ୍ନିହୋତ୍ରୀ ଏହି ଫିଲ୍ମରେ ନଜର ଆସିଥିଲେ।

Leave A Reply

Your email address will not be published.