Latest Odisha News

ପୁଟିନ୍ ସେନାକୁ ତଡ଼ିପାର କରୁଛନ୍ତି ଜେଲେନସ୍କି ସେନା !

ଓଡ଼ିଶା ସମ୍ବାଦ ବ୍ୟୁରୋ: ୨୦୦ରୁ ଅଧିକ ଦିନ ହେବ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ଋଷ । ୟୁକ୍ରେନର ଅନେକ ସ୍ଥାନକୁ ମଧ୍ୟ ପୁଟିନ ସେନା ଅକ୍ତିଆର ମଧ୍ୟ କରିଥିଲା। କିନ୍ତୁ ବିଳମ୍ବରେ ହେଉ ପଛେ ଏବେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କିଙ୍କ ସେନା ସକ୍ରିୟ ହୋଇଛି। ଆଉ ଋଷ ସେନା କବଜା କରିଥିବା ସ୍ଥାନକୁ ନିଜ ଅକ୍ତିଆରକୁ ଆଣିଛନ୍ତି।

ରାଷ୍ଟ୍ରପତି ଭୋଲୋଦମିର ଜେଲେନସ୍କି ସୋମବାର କରିଛନ୍ତି ଯେ ଏହି ମାସରେ ୟୁକ୍ରେନର ସୈନ୍ୟବାହିନୀ ଋଷର ସେନାଠାରୁ ୬,୦୦୦ ବର୍ଗ କିଲୋମିଟର ଅଞ୍ଚଳକୁ ପୁନର୍ବାର ଅକ୍ତିଆର କରିଛନ୍ତି। ଜେଲେନସ୍କି ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ସେପ୍ଟେମ୍ବର ଆରମ୍ଭରୁ ୟୁକ୍ରେନ ସୈନ୍ୟମାନେ ପୂର୍ବ ଏବଂ ଦକ୍ଷିଣରେ ୬,୦୦୦ ବର୍ଗ କିଲୋମିଟର ୟୁକ୍ରେନ ଅଞ୍ଚଳକୁ ଋଷ ସେନାଠାରୁ ମୁକ୍ତ କରିଛନ୍ତି। ଏହି ସମୟରେ, ଋଷ ଉତ୍ତର-ପୂର୍ବ ଖାର୍କିଭ ଅଞ୍ଚଳରେ(ଜନବସତି) କ୍ଷୟକ୍ଷତି ହୋଇଥିବା ସ୍ୱୀକାର କରିଛନ୍ତି।

ଗୋଟିଏ ପରେ ଗୋଟିଏ ଅଞ୍ଜଳକୁ ଅକ୍ତିଆର କରୁଥିବା ୟୁକ୍ରେନ ଦାବି କରିଛି। ଏଥିସହ ସେ ଋଷର ସେନାକୁ ସୀମାକୁ ଠେଲି ଏକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି।

ତେବେ ରବିବାର ୟୁକ୍ରେନରେ ବିଦ୍ୟୁତ୍ ସରବରାହ ବ୍ୟାହତ ହେବା ପରେ ୟୁକ୍ରେନ ଅଧିକାରୀମାନେ କହିଛନ୍ତି ଯେ ଖାର୍କିଭ୍ ଅଞ୍ଚଳରେ ବିଦ୍ୟୁତ୍ ଓ ଜଳ ଯୋଗାଣ ପ୍ରାୟ ୮୦ ପ୍ରତିଶତକୁ ପୁନର୍ବାର ସେବା ଯୋଗାଇ ଦିଆଯାଇଛି। ଖାର୍କିଭ ରାଜ୍ୟପାଳ ଓଲେହ ସିନେହୁବୋଭ କହିଛନ୍ତି ଯେ ୟୁକ୍ରେନ ସୈନ୍ୟ ଏହି ଅଞ୍ଚଳର ୪୦ ରୁ ଅଧିକ ବସ୍ତି ଜବତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଋଷର ଆକ୍ରମଣ ପରେ ୟୁକ୍ରେନର ଅନେତ କ୍ଷତି ଘଟିଛି। ଉଭୟ ଦେଶର ଅନେକ ସେନା ପ୍ରାଣ ହରାଇଛନ୍ତି। ଅନେକ ପରିବାର ଛାରଖାର ହୋଇଯାଇଥିବା ବେଳେ ୟୁକ୍ରେନର ଅଧିକାଂଶ ଜନବସତି ମାଟିରେ ମିଶିଯାଇଛି। ସେହିପରି ଅଧିକାଂଶ ଲୋକେ ଦେଶ ଛାଡି ପଳାଇଛନ୍ତି। ଭାରତ, ଆମେରିକା ସମେତ ଅନେକ ଦେଶ ଏବେ ୟୁକ୍ରେନକୁ ସହଯୋଗର ହାତ ବଢାଇଛନ୍ତି।

Leave A Reply

Your email address will not be published.