Latest Odisha News

BREAKING NEWS

ଲାଇନ କଟିଗଲା, ଶ୍ରୀଦେବୀଙ୍କୁ ପ୍ରପୋଜ କରି ପାରିଲେନି ରଜନୀକାନ୍ତ

ମୁମ୍ବାଇ: ଭାରତୀୟ ଫିଲ୍ମର ଦୁଇ ଲୋକପ୍ରିୟ ଚେହେରା ଶ୍ରୀଦେବୀ ଏବଂ ରଜନୀକାନ୍ତଙ୍କୁ କିଏ ବା ନ ଜାଣେ । ଚାଲବାଜ ଫିଲ୍ମରେ ସେମାନଙ୍କ କେମେଷ୍ଟ୍ରିକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଏହା ପରେ ଉଭୟ ହିନ୍ଦର, ତେଲୁଗୁ, ତାମିଲରେ ଅନେକଗୁଡିଏ ଫିଲ୍ମ ଏକତ୍ର କରିଥିଲେ । ଇତି ମଧ୍ୟରେ ରଜନୀକାନ୍ତଙ୍କ ମନ ୧୩ ବର୍ଷ ସାନ ଶ୍ରୀଦେବୀଙ୍କ ଆଡକୁ ଢ଼ଳି ସାରିଥିଲା । ବହୁତ ଭାବିବା ପରେ ରଜନୀକାନ୍ତ ତାଙ୍କ ନିକଟକୁ ପ୍ରପୋଜ କରିବାକୁ ଯାଇଥିଲେ । ସେଦିନ ଶ୍ରୀଦେବୀ ଏକ ଛୋଟ ଘରୋଇ ପାର୍ଟିର ଆୟୋଜନ କରିଥାନ୍ତି । ରଜନୀକାନ୍ତ ତାଙ୍କ ଘର ନିକଟରେ ପଂହଚିବା ମାତ୍ରେ ଲାଇନ କଟି ଯାଇଥିଲା । ସାଉଥର ଏହି ସୁପରଷ୍ଟାରଜଣଙ୍କ ଟିକେ ଅନ୍ଧବିଶ୍ୱାସୀ । ସେ ଏହି ଘଟଣାକୁ ଅଶୁଭ ମନେ କରିଥିଲେ । ଶ୍ରୀଦେବୀଙ୍କୁ ପ୍ରପୋଜ ନ କରି ପଳାଇ ଆସିଥିଲେ ।

ଅବଶ୍ୟ ଆଜି ପର୍ଯ୍ୟନ୍ତ ଜଣା ପଡି ନାହିଁ ଯେ, ଶ୍ରୀଦେବୀ ତାଙ୍କୁ ଭଲ ପାଉଥିଲେ କି ନାହିଁ । ଶ୍ରୀଦେବୀ ଓ ରଜନୀକାନ୍ତଙ୍କ କ୍ୟାରିୟର ଗଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଫିଲ୍ମମେକର ବାଲଚନ୍ଦ୍ରନ ଏହା କହିଥିଲେ । ରାଣା ଫିଲ୍ମ ଶୁଟିଂ ଅବସରରେ ରଜନୀକାନ୍ତଙ୍କ ଦେହ ଖରାପ ହୋଇଥିଲା । ରଜନୀକାନ୍ତ କିପରି ଶୀଘ୍ର ସୁସ୍ଥ ହେବେ ସେ ନେଇ ଶ୍ରୀଦେବୀ ବ୍ରତ ରଖିଥିଲେ । ମୋନ୍ଦ୍ରୁ ମୁଦିଚୁ ଫିଲ୍ମରେ ରଜନୀକାନ୍ତଙ୍କ ମାଆ ଭୂମିକା ଶ୍ରୀଦେବୀ କରିଥିଲେ । ପରେ ୧୯୯୬ରେ ଶ୍ରୀଦେବୀ ବଲିଉଡର ପ୍ରତିଷ୍ଠିତ ଫିଲ୍ମମେକର୍ସ ବୋନୀ କାପୁରଙ୍କୁ ବିବାହ କରିଥିଲେ । ୨୪ ଫେବୃୟାରୀ ୨୦୧୮ରେ ଶ୍ରୀଦେବୀଙ୍କ ଦୁବାଇରେ ମୃତ୍ୟୁ ଘଟିଥିଲା ।

Comments are closed.