Latest Odisha News

ଏହି କାରଣରୁ ରାଜନୀତିକୁ ଆସିଲେନି ରବିନା, ଜାଣନ୍ତୁ କାରଣ

ମୁମ୍ବାଇ: ନିଜର ବକ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ବଲିଉଡର ଜଣେ ସଫଳ ଅଭିନେତ୍ରୀ ରବିନା ଟଣ୍ଡନ୍ l ନିଜର ଆକର୍ଷଣୀୟ ଅଭିନୟରେ ଏକଦା ପୁରା ବଲିଉଡ ଜଗତର କୁଇନ ସାଜିଥିବା ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଏକ ପୁରୁଣା ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି l ଯେଉଁଥିରୁ ତାଙ୍କର ରାଜନୀତି ଦୁନିଆରେ ପ୍ରବେଶ ନ କରିବାର କାରଣ ଜଣାପଡିଛି l ଭାଇରଲ ହେଉଥିବା ଭିଡିଓରେ ରବିନା କହିଛନ୍ତି ଯେ, ତାଙ୍କର ସଚ୍ଚୋଟ ପଣ ଏବଂ ଭୁଲକୁ ସହ୍ୟ କରିପାରୁ ନ ଥିବା ଅଭ୍ୟାସ କାରଣରୁ ତାଙ୍କର ରାଜନୀତିରେ ରହିବା ତାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଯାଇଥାନ୍ତା।

ଭାଇରାଲ ହେଉଥିବା ଏହି ଭିଡିଓରେ ଅଭିନେତ୍ରୀ କହିଛନ୍ତି ଯେ, ଯେଉଁ ଦିନ ମୁଁ ରାଜନୀତିରେ ପ୍ରବେଶ କରିବି, ମୋର ଏହି ଆଚରଣ ହେତୁ ଖୁବ ଶୀଘ୍ର କେହି ଜଣେ ମୋ ଉପରେ ଗୁଳି ଚଳାଇଦେବେ। ତାଙ୍କ କଥାକୁ ସ୍ପଷ୍ଟ କରିବା ସହ ସେ ଭିଡିଓରେ କହିଛନ୍ତି, “ମୁଁ ସତକୁ ମିଛରେ ପରିବର୍ତ୍ତନ କରିପାରିବି ନାହିଁ। ଏହା ମୋ ପାଇଁ ବହୁତ କଷ୍ଟକର l କାରଣ ଯାହାକୁ ମୁଁ ପସନ୍ଦ କରେନି ତାହା ମୋ ମୁହଁରେ କହିଦିଏ ଯେଉଁଥିପାଇଁ ଅନେକ ଲୋକ ମୋର ଅପ୍ରିୟ ହୋଇଯାଆନ୍ତି । ଆଉ ବେଳେ ବେଳେ ଏଥିପାଇଁ ଅନେକ ଅପ୍ରୀତିକର ପରିସ୍ଥିତି ମଧ୍ୟ ଉପୁଜେ। ସେଥିରୁ ମୁଁ ବୁଝିଛି ଯେ ଆଜିର ଦୁନିଆରେ ସଚ୍ଚୋଟତା ସର୍ବୋତ୍ତମ ନୀତି ନୁହେଁ। ଯେଉଁ ଦିନ ମୁଁ ରାଜନୀତିରେ ପ୍ରବେଶ କରିବି, ମୋର ଏପରି ବ୍ୟବହାର ପାଇଁ କେହି ଜଣେ ମୋତେ ଗୁଳି କରି ଦେବ।

ତେବେ କହିରଖୁଛୁ ଯେ, ଏହି ଭିଡିଓଟି ୨୦୨୨ ମସିହାର ଅଟେ। ଏଥିରେ ୟୁଜର୍ସମାନେ ତାଙ୍କୁ ରାଜନୀତିରେ ପ୍ରବେଶ କରିବା ନେଇ କିଛି ପ୍ରଶ୍ନ ପଚାରିଥିଲେ, ଯାହାର ଉତ୍ତରରେ ରବିନା ଏପରି କହିଥିଲେ। ତେବେ ଭିଡ଼ିଓରେ ରବିନା ଆହୁରି ମଧ୍ୟ କହିଛନ୍ତି ଯେ, ଦିନେ ଏପରି ଏକ ସମୟ ଥିଲା ଯେତେବେଳେ ମୁଁ ମଧ୍ୟ ରାଜନୀତିରେ ପ୍ରବେଶ କରିବାକୁ ଚିନ୍ତା କରୁଥିଲେ। ଏପରିକି ପଶ୍ଚିମବଙ୍ଗ, ପଞ୍ଜାବ ଏବଂ ମୁମ୍ବାଇ ସମେତ ଅନେକ ଅଞ୍ଚଳରୁ ତାଙ୍କୁ ରାଜନୈତିକ ଆସନ ପାଇଁ ଅଫର ମିଳିଛି। କିନ୍ତୁ ମୁଁ ସେହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲି।

୧୯୯୧ରେ ହିଟ୍ ଫିଲ୍ମ ‘ପଥର୍ କେ ଫୁଲ’ ସହିତ ପ୍ରଥମ ଥର ପାଇଁ ଡେବ୍ୟୁ କରିଥିବା ଅଭିନେତ୍ରୀ ରବିନା ପରେ ‘ମୋହରା’, ‘ଦିଲୱାଲେ’, ‘ଆତିଶ୍’ ଭଳି ଅନେକ ସୁପରହିଟ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଦେଇଛନ୍ତି। ତାଙ୍କୁ ଶେଷ ଥର ପାଇଁ ‘ପଟନା ଶୁକ୍ଲା’ ଫିଲ୍ମରେ ଓକିଲ ଭୂମିକାରେ ଦେଖିବାକୁ ମିଳିଥିଲା।

Comments are closed.