Latest Odisha News

BREAKING NEWS

ପ୍ରଥମ ଭାଲେଣ୍ଟାଇନରେ ଗୌରୀଙ୍କୁ କଣ ଦେଇଥିଲେ କିଙ୍ଗ୍ ଖାନ୍, ଜାଣନ୍ତୁ କଣ କହିଥିଲେ ଶାହାରୁଖ୍

ଭୁବନେଶ୍ଵର: ଅଭିନେତା ଶାହରୁଖ ଖାନ ଏବଂ ତାଙ୍କ ପତ୍ନୀ ଗୌରୀ ଖାନ ତିନି ଦଶନ୍ଧିରୁ ଅଧିକ ସମୟ ଧରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବଲିଉଡର ସବୁଠାରୁ ପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଶାହାରୁଖ ଏବଂ ଗୌରୀ ଖାନ୍ ଙ୍କ କାହାଣୀ ଅତ୍ୟନ୍ତ ରୋଚକ । ୧୯୯୧ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅଭିନେତା ଶାହାରୁଖ ଖାନ ଏବଂ ଗୌରୀ ଖାନ୍ । ଏହାରି ଭିତରେ ଦୁହେଁଙ୍କ ବିବାହ ୩୩ ବର୍ଷ ହୋଇଗଲାଣି । କିନ୍ତୁ ଆଜି ବି ଉଭୟଙ୍କ ପ୍ରେମ କାହାଣୀ ସେପରି ସତେଜ୍ ହୋଇ ରହିଛି । ତାଙ୍କ ପ୍ରେମ କାହାଣୀତ ସମସ୍ତେ ଜାଣନ୍ତି କିନ୍ତୁ ତାହାରି ଭିତରେ ମଧ୍ୟ ଏପରି ଅନେକ କଥା ରହିଛି ଯାହା କେହି ମଧ୍ୟ ଜାଣନ୍ତି ନାହିଁ । ଏହା ଖୁବ୍ ଲୋକ ଜାଣନ୍ତି ଯେ, ପ୍ରଥମ ଭାଲେଣ୍ଟାଇନ୍ସ ଡେ’ରେ କିଙ୍ଗ ଖାନ ଗୌରୀଙ୍କୁ କେଉଁ ଉପହାର ଦେଇଥିଲେ । ତେବେ ଆସନ୍ତୁ ଜାଣିବା ସେ ବିଷୟରେ…

ଗତବର୍ଷ ଏକ୍ସରେ ଚାଲିଥିବା AskSrk ଅଧିବେଶନରେ ଜଣେ ପ୍ରଶଂସକ ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ସେ ତାଙ୍କ ପତ୍ନୀଙ୍କୁ ତାଙ୍କ ପ୍ରଥମ ଭାଲେଣ୍ଟାଇନ୍ ଡେରେ କେଉଁ ଉପହାର ଦେଇଥିଲେ । ଏହାର ଉତ୍ତରରେ ଶାହାରୁଖ ଯାହା କହିଥିଲେ ତାହା ଜାଣି ତାଙ୍କର ଅନେକ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇପଡିଥିଲେ । ଶାହାରୁଖ କହିଥିଲେ ଯେ, ‘ଯଦିଓ ମୋର ସଠିକ୍ ଭାବରେ ମନେ ନାହିଁ କାରଣ ଇତି ମଧ୍ୟରେ ୩୪ ବର୍ଷ ହୋଇସାରିଛି, କିନ୍ତୁ ଯେତିକି ମନେ ପଡୁଛି ବୋଧହୁଏ ମୁଁ ପିଙ୍କ କଲର୍ ର ଏକ ପ୍ଲାଷ୍ଟିକ କାନଫୁଲ ଦେଇଥିଲି ।

କହିରଖୁଛୁ ଯେ, ଶାହାରୁଖ ଏବଂ ଗୌରୀଙ୍କ ପ୍ରଥମ ସାକ୍ଷାତ ଦିଲ୍ଲୀର ଏକ କ୍ଲବରେ ହୋଇଥିଲା | ସେହିଠାରେ ଗୌରୀଙ୍କୁ ଦେଖିବା କ୍ଷଣି ତାଙ୍କ ପ୍ରେମରେ ପଡିଯାଇଥିଲେ ଶାହାରୁଖ । ସେତେବେଳେ ସେ ଗୌରୀଙ୍କୁ ବିବାହ କରିବାକୁ ସ୍ଥିର କରିନେଲେ । ସେତେବେଳେ ଅଭିନେତାଙ୍କୁ ମାତ୍ର ୧୯ ବର୍ଷ ଏବଂ ଗୌରୀଙ୍କୁ ମାତ୍ର ୧୪ ବର୍ଷ ହୋଇଥିଲା । ଗୌରୀଙ୍କୁ ବିବାହ କରିବା ପାଇଁ କିଙ୍ଗ ଖାନଙ୍କୁ ଅନେକ ଉପାୟ ଅବଲମ୍ବନ କରିବାକୁ ପଡିଥିଲା । ଶେଷରେ ସେ ସେଥିରେ ସଫଳ ମଧ୍ୟ ହୋଇଥିଲେ | ପ୍ରଥମେ ଦୁହେଁ ମୁସଲିମ୍ ରୀତିନୀତି ଅନୁସାରେ ନିକାହ କରିଥିଲେ ପରେ ଅକ୍ଟୋବର ୨୫, ୧୯୯୧ରେ ହିନ୍ଦୁ ରୀତିନୀତି ଅନୁଯାୟୀ ଗୌରୀ ଏବଂ ଶାହାରୁଖ ବିବାହ କରିଥିଲେ।

 

 

 

Leave A Reply

Your email address will not be published.