ଭୁବନେଶ୍ଵର: ଆଜି ଏକା ସାଙ୍ଗରେ ବଲିଉଡ ସୁପରଷ୍ଟାର ରାଜେଶ ଖାନ୍ନା ଓ ତାଙ୍କ ଝିଅ ଟ୍ୱିଙ୍କଲ ଖାନ୍ନାଙ୍କ ଜନ୍ମଦିନ । ଗୋଟାଏ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଏହି ଦୁଇ ଚର୍ଚ୍ଚିତ ଚେହେରା । ବଲିଉଡ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ପରି ତାଙ୍କ ଝିଅ ମଧ୍ୟ ଅଭିନୟ ଜଗତରେ ପ୍ରବେଶ କରିଥିଲେ କିନ୍ତୁ କିଛି ବର୍ଷ ହେବ ଟ୍ୱିଙ୍କଲଙ୍କୁ ଆଉ ଅଭିନୟ ଜଗତରେ ଦେଖିବାକୁ ମିଳୁନାହିଁ । ତେବେ ବର୍ତ୍ତମାନ ଟ୍ଵିଙ୍କିଲ ଜଣେ ପ୍ରସିଦ୍ଧ ରାଇଟର୍ସ । ଥରେ ଟ୍ୱିଙ୍କଲ ଖୁଲାସା କରିଥିଲେ ଯେ, ତାଙ୍କ ପିତା ତାଙ୍କ ଝିଅକୁ ଡେଟିଂ ପରାମର୍ଶ ଦେଇଥିଲେ । ରାଜେଶ ଖାନ୍ନା ତାଙ୍କ ଝିଅକୁ ଏହି ପରାମର୍ଶ ଏଥିପାଇଁ ଦେଇଥିଲେ ଯାହାଦ୍ଵାରା ତାଙ୍କ ଝିଅର ହୃଦୟ କେବେ ଭାଙ୍ଗି ନଯାଉ ।
ଟ୍ୱିଙ୍କଲ ଖାନ୍ନା ସୋସିଆଲ ମିଡିଆରେ ତାଙ୍କ ପିତାଙ୍କ ସହ ତାଙ୍କର ଅନେକ ପୁରୁଣା ଫଟୋ ସେୟାର କରିଥାନ୍ତି | ତେବେ କିଛି ଦିନ ପୂର୍ବରୁ ଟ୍ଵିଙ୍କିଲ ତାଙ୍କ ପିଲାଦିନର ଫଟୋ ମଧ୍ୟ ସେୟାର କରିଥିଲେ | କିଛି ଦିନ ପୂର୍ବରୁ ଟ୍ୱିଙ୍କଲ ଏକ ଆର୍ଟିକିଲରେ କହିଥିଲେ ଯେ ସେ ତାଙ୍କ ପିତାଙ୍କଠାରୁ ସର୍ବୋତ୍ତମ ଡେଟିଂ ପରାମର୍ଶ ପାଇଥିଲେ । ଟ୍ୱିଙ୍କଲ କହିଥିଲେ ଯେ, ତାଙ୍କ ପିତା ରାଜେଶ୍ ଖାନ୍ନା ତାଙ୍କୁ ଏକାଥରେ ଚାରି ଜଣ ବୟଫ୍ରେଣ୍ଡ କରିବାକୁ ପରାମର୍ଶ ଦେଇଥିଲେ । ଯଦ୍ଵାରା ତାଙ୍କ ହୃଦୟ କେବେ ଭାଙ୍ଗିବ ନାହିଁ । ଟ୍ୱିଙ୍କଲ ଆହୁରି ମଧ୍ୟ କହିଥିଲେ ଯେ, ତାଙ୍କ ପାଇଁ ଫାଦର୍ସ ଡେ ସବୁବେଳେ ଡିସେମ୍ବରରେ ହୋଇଥାଏ । ଥରେ ମୋ ମାମା ପାପାଙ୍କୁ କହିଥିଲେ ଯେ ମୁଁ ତାଙ୍କ ପାଇଁ ସବୁଠାରୁ ବେଷ୍ଟ ଗିଫ୍ଟ, ଯାହା ସେ ପାପାଙ୍କୁ ଦେଇଛନ୍ତି । କାରଣ ମୁଁ ପାପାଙ୍କର ୩୧ ତମ ଜନ୍ମଦିନରେ ଜନ୍ମ ଗ୍ରହଣ କରିଥିଲି |
ଅକ୍ଷୟ କୁମାର ଟ୍ୱିଙ୍କଲଙ୍କ ଜନ୍ମଦିନରେ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରିଛନ୍ତି। ସେ ଟ୍ୱିଙ୍କଲଙ୍କର ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓଟିକୁ ସେୟାର୍ କରି ସେ ଲେଖିଛନ୍ତି ଯେ, ଲଙ୍ଗ ଲାଇଭ ମେରେ ହଲ୍କ । ତୁମ ହ୍ୟୁମର ସହ ଆମ ଜୀବନର ଏତେ ବର୍ଷ ଯୋଡିଥିବାରୁ ଧନ୍ୟବାଦ | ଭଗବାନ ତୁମ ଜୀବନରେ ଅଧିକ ବର୍ଷ ଯୋଡିଦିଅନ୍ତୁ | ହାପି ବାର୍ଥ ଡେ ଟିନ୍ |
Comments are closed.