Latest Odisha News

BREAKING NEWS

ଶ୍ରୀକ୍ଷେତ୍ରରେ ଶୌଚାଳୟ ସମସ୍ୟା !

ପୁରୀ : ଶୌଚାଳୟ ପାଇଁ ହନ୍ତସନ୍ତ ପର୍ଯ୍ୟଟକ  । ସକାଳ ପାହିଲେ ଯେଉଁଠାକୁ ଦେଶର କୋଣ ଅନୁକୋଣରୁ ଲକ୍ଷାଧିକ ଭକ୍ତଙ୍କ ସୁଅ ଛୁଟେ  । ସେଠି ଶୌଚାଳୟର ଅବ୍ୟବସ୍ଥା ।  ଦିଗବାରେଣି ଠାରୁ ସ୍ଵର୍ଗଦ୍ଵାର ପର୍ଯ୍ୟନ୍ତ ମାତ୍ର ଗୋଟିଏ ସ୍ଥାନରେ ଶୌଚାଳୟ କୁ ଭରସିଛନ୍ତି ପର୍ଯ୍ୟଟକ । ଲାଇଟ୍ ହାଉସ ପାଖ ଶୌଚାଳୟରେ ତାଲା ଛୁଲୁଛି  । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପର୍ଯ୍ୟଟକ  ।  ନଜର ପକାନ୍ତୁ ଏହି ଭିଜୁଆଲ ଉପରେ । ଆଖିରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ  ।  ଏଠି ଲାଟ୍ରିନ୍ ପାଣି ବି ଟଏଲେଟ୍ ସାରା ଲହଡ଼ା ମାରୁଛି ।

ଆଉ ଏପଟେ ନଜର ପକାନ୍ତୁ ଯେ ଝରଣା ପରି ଝରି ଚାଲିଛି ପାଣି । ଭିତର କଥା ଗଲା ଏବେ ବାହାରେ ଦେଖନ୍ତୁ ନିଷ୍କାସିତ ପାଣି ଶୌଚାଳୟ ପାର୍ଶ୍ୱରେ ହିଁ ଦୀର୍ଘଦିନ ଧରି ଜମି ରହିଛି ।  ତା ସାଙ୍ଗକୁ ଅଳିଆ ଆବର୍ଜନା । ଏପଟେ ସରକାରୀ ଘୋଷଣା ଶ୍ରୀକ୍ଷେତ୍ର ବଦଳୁଛି, ବିଶ୍ଵ ଇତିହାସରେ ନାଁ ଲେଖିବାକୁ ଯାଉଛି । ସେପଟେ ଶ୍ରୀକ୍ଷେତ୍ରକୁ ବିଶ୍ଵ ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀରେ ସ୍ଥାନ ଦେବା ପାଇଁ ପୁରୀରେ ଜାରି ରହିଛି ଏକାଧିକ ପ୍ରୋଜେକ୍ଟ ।

ସରକାରଙ୍କ ସ୍ବତନ୍ତ୍ର ଫୋକସରେ ରହିଛି ଶ୍ରୀକ୍ଷେତ୍ର ପୁରୀ । ଶ୍ରମନ୍ଦିର ଚତୁଃପାଶ୍ୱର୍ରେ ଚାଲିଥିବା କାମକୁ ଆଗେଇ ନେବା ପାଇଁ ସବୁ ଅଧିକାରୀ ଲାଗିପଡ଼ିଥିବା ବେଳେ ପୁରୀର ଏହି ସମସ୍ୟା କୁ ନେଇ ଯେପରି ଆଖି ବୁଜି ଦେଇଛନ୍ତି  ।  ଅନ୍ୟପଟରେ ପୁରୀ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଚିରାଚରିତ ଉତ୍ତର । ଯାହା ଗ୍ରାଉଣ୍ଡ ଜିରୋ ସ୍ଥିତିର ସମ୍ପୁର୍ଣ୍ଣ ଓଲଟା ।  ଶ୍ରୀକ୍ଷେତ୍ରର ଛବି ବଦଳୁଥିବା ନେଇ ସରକାରୀ ଡିଣ୍ଡିମ ବାଜୁଥିବା ବେଳେ ପୁରୀ ବେଳାଭୂମିର ଶୌଚାଳୟ ଅବସ୍ଥା , ଏହି ବିକାଶର ନାରାକୁ ଶକ୍ତ ଚଟକଣା  ସଦୃଶ ହୋଇଛି ।

Leave A Reply

Your email address will not be published.