ଭାରତରେ ପ୍ରଥମ ଥର କେବେ ଦିଆଯାଇଥିଲା ୨୧ ତୋପ ସଲାମୀ, କଣ ଏବେ ମଧ୍ୟ ଜାରି ରହିଛି ଏହି ପରମ୍ପରା
ଆମ ଦେଶରେ ଏହି ୨୧ ତୋପ ସଲାମୀର ଇତିହାସ ୧୫୦ ବର୍ଷରୁ ଅଧିକ ପୁରୁଣା | ପ୍ରଥମ ଥର ପାଇଁ ଆମ ଦେଶର ପ୍ରଥମ ରାଷ୍ଟ୍ରପତିଙ୍କୁ ଏହି ୨୧ ତୋପ ସଲାମୀ ଦିଆଯାଇଥିଲା ।
ନୂଆଦିଲ୍ଲୀ: ସାଧାରଣତଃ ଆମେ ମାନେ ୨୧ ତୋପ ସଲାମୀ ଦିଆଯିବା କଥା ତ ଶୁଣିଥିବା । ତେବେ କଣ ଆପଣ ଜାଣିଛନ୍ତି କି ଏହି ସଲାମୀ କାହାକୁ ଦିଆଯାଏ? କଣ ପାଇଁ ଦିଆଯାଏ? ଆମ ଦେଶରେ ଏହି ପରମ୍ପରା କେବେଠାରୁ ଆରମ୍ଭ ହୋଇଥିଲା ? ତେବେ ଆସନ୍ତୁ ଜାଣିବା ସେ ବିଷୟରେ…
ଆଜିକାଲି ଗଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସରେ କିମ୍ବା କୌଣସି ବିଦେଶୀ ରାଷ୍ଟ୍ରର ମୁଖ୍ୟଙ୍କୁ ସମ୍ମାନିତ କରିବା ପାଇଁ ଏହି ୨୧ ତୋପ ସଲାମୀ ଦିଆଯାଉଛି । ଏହି ପ୍ରକ୍ରିୟାକୁ ବହୁତ ସମ୍ମାନଜନକ ବିବେଚନା କରାଯାଏ | ଜାନୁୟାରୀ ୨୬,୧୯୫୦ରେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଭାରତର ପ୍ରଥମ ରାଷ୍ଟ୍ରପତି ଭାବରେ ଦାୟିତ୍ଵ ଗ୍ରହଣ କରିଥିଲେ । ଦାୟିତ୍ଵ ଗ୍ରହଣ କରିବା ପରେ ସେ ଘୋଡା ଗାଡିରେ ବସି ରାଷ୍ଟ୍ରପତି ଭବନରୁ ଇରୱିନ୍ ଆମ୍ଫିଥିଏଟର (ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ୍) ରେ ପହଞ୍ଚିଥିଲେ । ସେଠାରେ ପ୍ରଥମ ଥର ପାଇଁ ଦେଶର ରାଷ୍ଟ୍ରପତିଙ୍କୁ ୨୧ ତୋପ ସଲାମୀ ଦିଆଯାଇଥିଲା ।
୨୧ ତୋପ ସଲାମୀ ସେତେବେଳେ ଆନ୍ତର୍ଜାତୀୟ ମାନଦଣ୍ଡ ଭାବରେ ପରିଣତ ହୋଇଗଲା । ୧୯୭୧ ପରଠାରୁ, ୨୧ ତୋପ ସଲାମୀ ରାଷ୍ଟ୍ରପତି ଓ ଅତିଥି ରାଷ୍ଟ୍ରଧ୍ୟକ୍ଷଙ୍କୁ ଦିଆଯାଉଥିବା ସବୁଠାରୁ ବଡ ସମ୍ମାନ ଭାବରେ ବିବେଚନା କରାଗଲା । ଏହା ବ୍ୟତୀତ ନୂତନ ରାଷ୍ଟ୍ରପତିଙ୍କ ଶପଥ ସମୟରେ ଏବଂ କିଛି ବିଶେଷ ମନୋନୀତ ଉତ୍ସବରେ ମଧ୍ୟ ଏହି ସାଲ୍ୟୁଟ୍ ଦିଆଯାଏ |ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବର୍ତ୍ତମାନ ଦିଆଯାଇଥିବା ସଲାମୀରେ ୨୧ଟି ଗୁଳି ତ ରହିଥାଏ କିନ୍ତୁ ତୋପ ମାତ୍ର ୮ଟି ଥାଏ । ସେଥିମଧ୍ୟରୁ କେବଳ ୭ ଟି ତୋପ ସାଲ୍ୟୁଟ ପାଇଁ ବ୍ୟବହୃତ ହୁଏ | ପ୍ରତ୍ୟେକ ତୋପରୁ ୩ଟି ଗୁଳି ଫୁଟାଯାଇଥାଏ | ଆଉ ଏହି ସବୁ ପ୍ରକ୍ରିୟାକୁ ମାତ୍ର ୫୨ ସେକେଣ୍ଡରେ ଶେଷ କରିବାକୁ ପଡିଥାଏ । ସଲାମୀ ଦେବା ପାଇଁ ପ୍ରାୟ ୧୨୨ ସୈନିକଙ୍କ ଏକ ଗ୍ରୁପ୍ ରହିଥାଏ । ଯାହାର ମୁଖ୍ୟାଳୟ ମେରଟରେ ଅଛି | ଯାହା ଭାରତୀୟ ସେନାର ସ୍ଥାୟୀ ରେଜିମେଣ୍ଟ ନୁହେଁ।
Comments are closed.