Latest Odisha News

BREAKING NEWS

ଆକାଶରେ ଦେଖାଗଲା ଧଳା ପରୀ, ନାସା ଜାରି କଲା ଏକ ସୁନ୍ଦର ଫଟୋ

ନୂଆଦିଲ୍ଲୀ: କୁହାଯାଏ ଯେ ଏହି ବ୍ରହ୍ମାଣ୍ଡରେ ଏପରି କିଛି ସ୍ଥାନ ଅଛି ଯାହା ରହସ୍ୟରେ ଘେରି ହୋଇ ରହିଛି । ଯାହା ବିଷୟରେ ମଣିଷ ତ ଛାଡ ବୈଜ୍ଞାନିକ ବି ଜାଣିପାରନ୍ତିନି । ଏହାରି ଭିତରେ ଏକ ନୂତନ ଗ୍ରହର ଆବିଷ୍କାର କରିଛନ୍ତି ବୈଜ୍ଞାନିକ ମାନେ । ବୈଜ୍ଞାନିକ ମାନଙ୍କ ଦ୍ଵାରା ଜାରି କାରାଯାଇଥିବା ଏହି ଫଟୋରେ ବେଳେ ବେଳେ ପ୍ରକୃତିର କିଛି ସୁନ୍ଦରତା ଦେଖିବାକୁ ମଳେ ତ କେବେ ତା’ର ବିକଟାଳ ରୁପ । ତେବେ ଏହାରି ଭିତରେ ମିଳିଥିବା ଏକ ଫଟୋରେ ଏପରି କିଛି ଜିନିଷ ଦେଖିବାକୁ ମିଳିଛି ଯାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ସ୍ପେସ୍ ଏଜେନ୍ସି ନାସା ଦ୍ଵାରା ଉତ୍ତୋଳନ କରାଯାଇଥିବା ଏକ ଫୋଟରେ କିଛି ଚକିତ କଲା ଭଳି ଜିନିଷ ଦେଖିବାକୁ ମିଳିଛି । ଏହି ଚିତ୍ର ପୃଥିବୀଠାରୁ ୨୦୦୦ ଆଲୋକ ବର୍ଷ ଦୂରରେ ଅବସ୍ଥିତ ଏକ ଆକାଶଗଙ୍ଗାର, ଯାହା ଏକ ସୁନ୍ଦର ‘ଧଳା ପରୀ’ ପରି ଦେଖାଯାଉଛି । ଚିତ୍ରଟି ବାସ୍ତବ ଚିତ୍ର ପରି ଲାଗୁନଥିଲେ ମଧ୍ୟ ଚିତ୍ରଟି ସତ । ଚିତ୍ରଟିକୁ ଦେଖିଲେ ଆପଣ ମଧ୍ୟ ଭାବିବେ ଯେ କ’ଣ ସତରେ ଆକାଶଗଙ୍ଗା ଏତେ ସୁନ୍ଦର!

ଏହି ଫଟୋଟି ଏକ ତୀକ୍ଷ୍ଣ ୨-୧୦୬ ନିବୁଲାର | ଏହି ତାରା ନିର୍ମାଣ କ୍ଷେତ୍ର ମହାକାଶରେ ଉଡ଼ୁଥିବା ଏକ ସ୍ୱର୍ଗୀୟ ତୁଷାର ଦେବଦୂତ ପରି ଦେଖାଯାଉଛି | ନାସା ଏହି ଚିତ୍ରକୁ ଗୋଟିଏ ଦିନ ପୂର୍ବରୁ ସେୟାର କରିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପୋଷ୍ଟକୁ ପାଖାପାଖି ସାଢେ ପାଞ୍ଚଲକ୍ଷ ଲାଇକ୍ କରିସାରିଛନ୍ତି । ଏହା ବ୍ୟତୀତ ଲୋକମାନେ ଏହି ପୋଷ୍ଟ ଉପରେ ଅନେକ ମନ୍ତବ୍ୟ ମଧ୍ୟ ଦେଇଛନ୍ତି । ଜଣେ ଉପଭୋକ୍ତା ଲେଖିଛନ୍ତି ଯେ, ସେ ଏହା ଜଣେ ପରୀ ପରି ଦେଖାଯାଉଛନ୍ତି | ବିଶ୍ଵାସ କରିହେଉନି ଯେ ଆମର ବ୍ରହ୍ମାଣ୍ଡ ଏମିତି ସୁନ୍ଦର |

Leave A Reply

Your email address will not be published.