Latest Odisha News

BREAKING NEWS

ଏହି ଦିନ ଆସିବ ପିଏମ-କିଷାନର ୨୨ତମ କିସ୍ତି? ଜାଣନ୍ତୁ କେମିତି ଚେକ୍ କରିବେ ଷ୍ଟାଟସ୍ !

ନୂଆଦିଲ୍ଲୀ: ପିଏମ-କିଷାନ ଯୋଜନାର ହିତାଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଦେଶର କୋଟି କୋଟି ଚାଷୀ ଏବେ ୨୨ତମ କିସ୍ତିର ଅପେକ୍ଷାରେ ରହିଛନ୍ତି । ଜାନୁୟାରୀ ପରେ ଏବେ ଫେବୃୟାରୀ ମାସ ମଧ୍ୟ ଶେଷ ହେବାକୁ ଯାଉଛି, କିନ୍ତୁ ଚାଷୀଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ- ଆକାଉଣ୍ଟକୁ କେବେ ଆସିବ ୨ ହଜାର ଟଙ୍କା? ଏହି ଅପେକ୍ଷାର ଅନ୍ତ କେବେ ହେବ, ସେ ନେଇ ଆସିଛି କିଛି ନୂଆ ତଥ୍ୟ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ୨୨ତମ କିସ୍ତି ପାଇଁ କୌଣସି ତାରିଖ ଘୋଷଣା କରାଯାଇ ନାହିଁ । କିନ୍ତୁ ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ଅପେକ୍ଷା ଖୁବଶୀଘ୍ର ଶେଷ ହୋଇପାରେ । ଅନୁମାନ କରାଯାଉଛି ଯେ, ଚଳିତ ଫେବୃୟାରୀ ୨୪ ତାରିଖ ସୁଦ୍ଧା ଚାଷୀଙ୍କ ଖାତାକୁ ଟଙ୍କା ପଠାଯାଇପାରେ । ଏପରିକି ହୋଲି ପୂର୍ବରୁ ସରକାର ଚାଷୀଙ୍କୁ ଏହି ବଡ଼ ଉପହାର ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଯଦି ଆପଣ ନିଜର କିସ୍ତି ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି, ତେବେ ଏହି ସହଜ ଉପାୟ ଆପଣାନ୍ତୁ:
ପ୍ରଥମେ pmkisan.gov.in ୱେବସାଇଟ୍‌କୁ ଯାଆନ୍ତୁ ।
ହୋମ୍‌ପେଜ୍‌ରେ ଥିବା ‘Farmer’s Corner’ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ। ଏହାପରେ ‘Know Your Status’ କ୍ଲିକ୍ କରନ୍ତୁ । ନିଜର ରେଜିଷ୍ଟ୍ରେସନ ନମ୍ବର ଏବଂ କ୍ୟାପଚା କୋଡ୍ ଦିଅନ୍ତୁ ।
ମୋବାଇଲକୁ ଆସିଥିବା OTP ଦେବା ପରେ ଆପଣ ନିଜ କିସ୍ତିର ସ୍ଥିତି ଜାଣିପାରିବେ ।

ଯଦି ଆପଣଙ୍କର ଆଧାର ଲିଙ୍କ୍ କିମ୍ବା e-KYC ବାକି ଅଛି, ତେବେ ତୁରନ୍ତ ଏହାକୁ ସମ୍ପୂର୍ଣ୍ଣ କରନ୍ତୁ । ପାନ୍ କାର୍ଡ ଭେରିଫିକେସନ୍ କିମ୍ବା ବ୍ୟାଙ୍କ ଖାତାରେ ତ୍ରୁଟି ଥିଲେ ମଧ୍ୟ ଆପଣଙ୍କ ଟଙ୍କା ଅଟକି ଯାଇପାରେ । ତେଣୁ ନିଜର ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅଛି କି ନାହିଁ, ତାହା ଯାଞ୍ଚ କରିନିଅନ୍ତୁ । କୃଷି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ ସୂଚନା ଆସିବା ପରେ ହିଁ ଚାଷୀଙ୍କୁ ଏହି ଖୁସି ଖବର ମିଳିବ ।

Leave A Reply

Your email address will not be published.