Latest Odisha News

ଆଜମ ଖାଁ, ଅବଦୁଲ୍ଲାଙ୍କ ପତା ମିଳୁନି

ରାମପୁର:ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ଆଜମ ଖାଁ ଏବଂ ତାଙ୍କ ପୁତ୍ର ଅବଦୁଲ୍ଲା ଆଜମଙ୍କ ପତା ମିଳୁନି । ଯାହାକୁ ନେଇ ସ୍ଥାନୀୟ ପୋଲିସ ଚିନ୍ତାରେ ପଡିଛି । ହାର୍ଟ ଆଟାକର ଚିକିତ୍ସା ପାଇଁ ଦିଲ୍ଲୀ ଆସିବା ପରେ ଏବେ ଆଜମଙ୍କ ପତା ମିଳୁନି । ତାଙ୍କ ବିରୋଧରେ ଅନେକଗୁଡିଏ ମୋକଦ୍ଦମା ରୁଜୁ ହୋଇଥିବାରୁ ଗିରଫ ହେବା ଭୟରେ ବାପା, ପୁଅ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି ବୋଲି ଆଶଙ୍କା କରାଯାଉଛି । ୨୩ରେ ଆଜମ ଗଙ୍ଗାରାମ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ୨୨ରେ ଆଜମ ତାଙ୍କ ୱାଇ ସୁରକ୍ଷା ଫେରାଇ ଦେବା ପରେ ପୁଅ ମଧ୍ୟ ଗନରଙ୍କୁ ଆସିବାକୁ ମନା କରି ଦେଇଥିଲେ । ଏହା ପରେ ଉଭୟଙ୍କ ଖୋଜ ଖବର ମିଳୁ ନାହିଁ ।

ଜୋହର ୟୁନିଭରସିଟିରେ ୩ ବିଚାରପତିଙ୍କ ଉପସ୍ଥିତିରେ ତଦନ୍ତ କରାଯାଇଥିଲା । ସେଠାରୁ ନଗର ପାଳିକାର ମେସିନ ଓ ମାଦ୍ରାସା ଆଲିୟାରୁ ଚୋରୀ କରାଯାଇଥିବା ଅନେକ ପୁସ୍ତକ ମିଳିଥିଲା । ଏହା ପରେ ଆଜମଙ୍କ ପାଖରେ ଉତର ଦେବା ପାଇଁ ଆଉ କିଛି ନ ଥିଲା । ଗିରଫ ହେବା ଭୟରେ ସେ ସୁରକ୍ଷିତ ସ୍ଥାନକୁ ପଳାଇ ଯାଇଥିବା ଅନୁମାନ କରାଯାଉଛି ।

Leave A Reply

Your email address will not be published.