Latest Odisha News

ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର : ବିଜେଡି ପ୍ରତିବର୍ଷ ଗାନ୍ଧୀ ଜୟନ୍ତୀରୁ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ବିଭିନ୍ନ ସାମାଜିକ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥାଏ  । ଏହି ବର୍ଷ  ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଅକ୍ଟୋବର ୨ରୁ ଆରମ୍ଭ ହେବ ବୋଲି ବିଜୁ ଜନତା ଦଳ ପକ୍ଷରୁ ସୂଚନା ମିଳିଛି। ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବକାଳ ରାଜ୍ୟରେ କ୍ଷମତାସୀନ ବିଜେଡି ସର୍ବଦା ନିର୍ବାଚନ ନିମନ୍ତେ ପ୍ରସ୍ତୁତ ରହିଥାଏ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ରମାଗତ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଭାବରେ ଅଧିଷ୍ଠିତ କରିବା ପାଇଁ ଦଳ ଆଗାମୀ ଦିନ ପାଇଁ ଅତ୍ୟନ୍ତ ଯୋଜନାବଦ୍ଧ ଭାବରେ କାର୍ଯ୍ୟ ଆରମ୍ଭ କରିଛି।

ସାଂଗଠନିକ ପୁନର୍ଗଠନ ପ୍ରକ୍ରିୟା ଏବେ ପ୍ରାୟତଃ ଶେଷ ପର୍ଯ୍ୟୟରେ ପହଞ୍ଚିଛି, ଛାତ୍ରମାନଙ୍କୁ ସଂଗଠିତ କରିବା ପାଇଁ ଦଳ ପକ୍ଷରୁ କଲେଜମାନଙ୍କରେ କ୍ୟାମ୍ପସ କମିଟି ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଦଳର ଛାମୁଆ ସଂଗଠନର ନବକଳେବର କରାଯାଇଛି।  ବିଜେଡିର ସମସ୍ତ ସଙ୍ଗଠନ ଏହି ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ହେବେ  ।  ବିଜୁ ଜନତା ଦଳ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ୱର ୨ ପର୍ଯ୍ୟନ୍ତ ଏକ ମାସଧରି ଜନ ସମ୍ପର୍କ ପଦଯାତ୍ରା ପାଳନ କରିବ   । ଏହି ପଦଯାତ୍ରା ସମୟରେ ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଏବଂ ଶାସ୍ତ୍ରୀ ଜୟନ୍ତୀ , ଅକ୍ଟୋବର ୯ ତାରିଖରେ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ ଏବଂ ଅକ୍ଟୋବର ୧୧ ତାରିଖରେ ଲୋକନାୟକ ଜୟପ୍ରକାଶ ଜୟନ୍ତୀ  ସହିତ ଏକ ବର୍ଷର ଜନ ସମ୍ପର୍କ ପଦଯାତ୍ରା  ଆୟୋଜିତ ହେବ  । ଏହି  ଜନ ସମ୍ପର୍କ ପଦଯାତ୍ରା  ଜିଲ୍ଲା ସ୍ତରରୁ ଆରମ୍ଭ କରି ନିର୍ବାଚନମଣ୍ଡଳୀ , ନଗର ପଞ୍ଚାୟତ , ଏବଂ ୱାର୍ଡ଼ ପର୍ଯ୍ୟନ୍ତ ପ୍ରତ୍ୟକ ସ୍ତରରେ ଜନ ସମ୍ପର୍କ ପଦଯାତ୍ରା  ପାଲନ କରାଯିବ  ।

Leave A Reply

Your email address will not be published.