Latest Odisha News

BREAKING NEWS

ପାକିସ୍ତାନ ସେନା ମୁଖ୍ୟ ଗାଏବ !

ନୂଆଦିଲ୍ଲୀ: କୁଆଡେ ଗଲେ ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିର? ଭାରତ ସହ ଯୁଦ୍ଧ ଆଶଙ୍କା ମଧ୍ୟରେ ମୁନିର ଗାଏବ! ଦେଶ ଛାଡି କେଉଁଆଡେ ଚାଲି ଯାଇଛନ୍ତି କି ମୁନିର? ସୋସିଆଲ୍ ମି଼ଡିଆରେ ଅସିମ ମୁନିର ଦେଶ ଛାଡି ଚାଲି ଯାଇଥିବା ନେଇ ଜୋରଦାର ଚର୍ଚ୍ଚା ହେଉଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠୁ ଭାରତ ପାକିସ୍ତାନ ବିରୋଧରେ ବଡ ଆକ୍ସନ୍ ନେଇପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ନେଇ ଦୁଇ ଦେଶ ମଧ୍ୟରେ ଅଶାନ୍ତି ଚରମରେ ରହିଛି । ଭାରତର କୁଟନୈତିକ କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନୀ ରାଜନେତା ଯୁଦ୍ଧକୁ ନେଇ ବୟାନବାଜି କରୁଛନ୍ତି । ଏହା ମଧ୍ୟରେ ମୁନିର ଦେଶ ଛାଡି ଚାଲି ଯାଇଥିବା ଚର୍ଚ୍ଚା ହେଉଛି ।

ପାକିସ୍ତାନ ସେନା ମୁଖ୍ୟ ଗାଏବ !

ଜେନେରାଲ ମୁନିର ଏମଆଇଏ ବା ମିସିଂ ଇନ୍ ଆକ୍ସନ୍ ଥିବା ଚର୍ଚ୍ଚା ହେଉଛି । ଅନ୍ୟ ଏକ ରିପୋର୍ଟରେ କୁହାଯାଉଛି, ରାଓଲପିଣ୍ଡିର ଏକ ବଙ୍କରରେ ମୁନିର ଲୁଚିଛନ୍ତି । ଚର୍ଚ୍ଚା ଜୋରଦାର ହେବା ପରେ ପାକିସ୍ତାନ ସରକାର ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ସହ ଏବୋଟାବାଦରେ ମୁନିର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାର ଫଟୋ ପୋଷ୍ଟ କରିଛନ୍ତି । ଏହାଦ୍ବାରା ମୁନିର ଦେଶ ଛାଡି ଚାଲି ଯାଇଥିବା ଚର୍ଚ୍ଚାରେ ବ୍ରେକ୍ ଦେବାକୁ ଉଦ୍ୟମ କରିଛନ୍ତି ପାକ୍ ସରକାର । ଫଟୋ ଏପ୍ରିଲ ୨୬ତାରିଖର ବୋଲି ଦର୍ଶାଯାଇଛି ।

ଦେଶ ଛାଡି ଯାଇନାହାନ୍ତି ମୁନିର !

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଫଟୋ ପୋଷ୍ଟ କରିବା ସହ ଜାଣିଶୁଣି ଏଥିରେ ତାରିଖ ଉଲ୍ଲେଖ କରାଯାଇଛି । ଅନେକ ରିପୋର୍ଟରେ ମୁନିର ଗାଏବ ହେବା ନେଇ କୁହାଯିବା ପରେ ଏଥିରେ ପୂର୍ଣ୍ଣଚ୍ଛେଦ ଲଗାଇବାକୁ ଏଭଳି କରାଯାଇଥିବା କୁହାଯାଉଛି । ପହଲଗାମ ଆତଙ୍କବାଦୀ ଆକ୍ରମଣର ସୀମାପାର ଲିଙ୍କ ନେଇ ଅଭିଯୋଗ କରୁଛି ଭାରତ । ପାକ୍ ସେନା ମୁଖ୍ୟ ମୁନିର କିଛି ଦିନ ତଳେ କାଶ୍ମୀରକୁ ନେଇ ଦେଇଥିବା ବୟାନକୁ ଯୋଡ଼ିଲେ ଆକ୍ରମଣ ସହ ପାକିସ୍ତାନ କନେକ୍ସନ୍ ଏକପ୍ରକାର ସ୍ପଷ୍ଟ ହେଉଛି । ଏହାପରେ ମୁନିର ଗାଏବ ହେବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପାକିସ୍ତାନ ସରକାର ଏଥିରେ ବ୍ରେକ୍ ଲଗାଇଛନ୍ତି ।

ଇସ୍ତଫା ଦିଅନ୍ତୁ ମୁନିର !

ଭାରତ ଓ ପାକିସ୍ତାନ ମଧ୍ୟରେ ଅଶାନ୍ତି ବଢୁଥିବା ବେଳେ ପାକ୍ ସେନା ମୁଖ୍ୟ ଅସିମ ମୁନିରଙ୍କ ଇସ୍ତଫା ଦାବି କରୁଛନ୍ତି ସେନାର କନିଷ୍ଠ ଅଧିକାରୀ ଓ ଅବସରପ୍ରାପ୍ତ ସେନା ଅଧିକାରୀ । ଜେନେରାଲ୍ ମୁନିର ପାକ୍ ସେନାକୁ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିଥିବା ଅଭିଯୋଗ ହେଉଛି । ପ୍ରତିଶୋଧ ପରାୟଣ ହୋଇ କାମ କରୁଛନ୍ତି ମୁନିର । ତାଙ୍କ ନେତୃତ୍ବରେ ପାକିସ୍ତାନ ୧୯୭୧ ଭଳି ସ୍ଥିତିରେ ପହଞ୍ଚିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ପାକିସ୍ତାନ ସେନା ଅଧିକାରୀ । ୧୯୭୧ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା । ସେତେବେଳେ ବାଂଲାଦେଶ ପାକିସ୍ତାନଠାରୁ ଅଲଗା ହୋଇ ସ୍ବତନ୍ତ୍ର ଦେଶ ହୋଇଥିଲା । ଚିଠିରେ ପାକିସ୍ତାନ ସେନାର ସ୍ବର ରହିଛି । ସେନା, ଦେଶ ତଥା ଦେଶର ସମ୍ମାନକୁ ମୁନିର ମାଟିରେ ମିଶାଇଥିବା ଲେଖାଯାଇଛି । ମୁନିରଙ୍କ ସମୟ ଶେଷ ହୋଇଯାଇଛି, ସେ ଯଥାଶୀଘ୍ର ଇସ୍ତଫା ଦିଅନ୍ତୁ । ନହେଲେ ତାଙ୍କଠାରୁ ପଦ ଛଡାଇ ନିଆଯିବ ବୋଲି କୁହାଯାଇଛି ।

ପାକିସ୍ତାନ ସେନା ଅନେକ ସମୟରେ ରାଜନୈତିକ ଫାଇଦା ପାଇଁ କାମ କରୁଥିବା ଅଭିଯୋଗ ହୋଇଆସିଛି । ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି, ମୁନିରଙ୍କ ବିରୋଧରେ ଠିଆ ହେଲାଣି କି ପାକିସ୍ତାନ ସେନା? ପାକିସ୍ତାନ ସେନାରେ ପୁଣି ବିଦ୍ରୋହ ହେବାକୁ ଯାଉଛି କି? ଜେନେରାଲ୍ ପରଭେଜ ମୁଶାରଫ ଓ ୟାହ୍ବା ଖାନଙ୍କ ପରି ପରଣତି ଭୋଗିବେ କି ମୁନିର? ପହଲଗାମ ଆକ୍ରମଣ ପରେ ଭାରତ ଆଡୁ ବିପଦ ଭୟରେ ନିଜ ପରିବାରକୁ ବିଦେଶ ପଠାଇ ସାରିଛନ୍ତି ମୁନିର । ନିଜେ ମଧ୍ୟ ଗାଏବ ରହିବା ନେଇ ଚର୍ଚ୍ଚା ହେଉଛି

Comments are closed.