ମୁମ୍ବାଇ; ରାମାୟଣ, ଏହି ଶବ୍ଦ ଶୁଣିଲେ ଆଜିବି ଲୋକଙ୍କ ଆଖି ଆଗରେ ଝଲସି ଉଠେ ରାମାନନ୍ଦ ସାଗରଙ୍କ ରାମାୟଣ l ଦୁରଦର୍ଶନରେ ପ୍ରସାରିତ ହୋଇଥିବା ରାମାନନ୍ଦ ସାଗରଙ୍କ ରାମାୟଣ ଆଜି ବି ଲୋକମାନଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ବଜାୟ ରଖିଛି । ଶୋ’ଟି ଏତେମାତ୍ରାରେ ପ୍ରସିଦ୍ଧ ହୋଇଥିଲା ଯେ ଲୋକମାନେ ନିଜ କାମ ଛାଡି ଏହି ଶୋ’ ଦେଖିବାକୁ ବସିଯାଉଥିଲେ l ଏପରିକି କେହି ଦୋକାନରେ ଟିଭି ଲଗାଇ ଏହି ଶୋ’ ଦେଖୁଥିଲେ ତେବେ ଦୋକାନରେ ଦେଖିବାକୁ ମିଳୁଥିଲା ନାହିଁ ନଥିବା ଭିଡ l ରାମାନନ୍ଦ ସାଗରଙ୍କ ଏହି ରାମାୟଣ ଆଜି ବି ଲୋକପ୍ରିୟ l ଯେତେବେଳେ ରାମାୟଣର ନାମ ନିଆଯାଏ, ସେତେବେଳେ ପ୍ରଥମେ ରାମାନନ୍ଦ ସାଗରଙ୍କ ନାମ ମନକୁ ଆସେ l 12 ଡିସେମ୍ବର 2005ରେ ରାମାନନ୍ଦ ସାଗରଙ୍କ ଦେହାନ୍ତ ହୋଇଥିଲା l କିନ୍ତୁ ଆଜି ବି ସେ ତାଙ୍କ ରାମାୟଣ ଶୋ’ ପାଇଁ ଲୋକମାନଙ୍କ ମନରେ ଜୀବିତ l
ରାମାୟଣ ପ୍ରସ୍ତୁତ କରିବାକୁ ରାମାନନ୍ଦ ସାଗରଙ୍କୁ ବହୁତ ସମୟ ଲାଗିଥିଲା l ପ୍ରଥମ ଥର ପାଇଁ ଟିଭିରେ ରାମାୟଣ ପ୍ରସାରିତ ହେଉଥିଲା ତେଣୁ ଏହାର ସମସ୍ତ ଏପିସୋଡ଼ ପୁରା ପରଫେକ୍ଟ ହେଉ ବୋଲି ସମସ୍ତେ ଚାହୁଁଥିଲେ l ଏହି ଶୋ’ର ପ୍ରଥମ ଏପିସୋଡ୍ 25 ଜାନୁୟାରୀ 1987 ରେ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା l କିନ୍ତୁ ଏହାର ପ୍ରସ୍ତୁତି ଅନେକ ଦିନ ପୂର୍ବରୁ ଆରମ୍ଭ ହୋଇଥିଲା l ରାମାୟଣର 78 ଟି ଏପିସୋଡ୍ ସୁଟିଂ ହୋଇଥିଲା l ଏହି ଶୋ’ର ଶେଷ ଏପିସୋଡ୍ 1988 ରେ ପ୍ରସାରିତ ହୋଇଥିଲା l ଦେଖିବାକୁ ଗଲେ ସାଧାରଣତଃ ଫିଲ୍ମ ଏବଂ ଶୋ’ ଗୁଡିକର ସୁଟିଂ ମୁମ୍ବାଇରେ ହୁଏ କିନ୍ତୁ ଏହି ଶୋ’ର ସୁଟିଂ ଗୁଜୁରାଟର ଉମରଗାମରେ କରାଯାଇଥିଲା।
ଏକ ସାକ୍ଷାତକାରରେ ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀ ଏନେଇ ସୂଚନ ଆଦେଇଥିଲେ l ସେ ଆହୁରି ମଧ୍ୟ କହିଥିଲେ ଯେ, ଏହି ଚଳଚ୍ଚିତ୍ରର ସୁଟିଂ ପାଇଁ ଅଭିନେତା ଅଭିନେତ୍ରୀମାନେ ଟ୍ରେନରେ ମୁମ୍ବାଇରୁ ଗୁଜୁରାଟ ଯାଉଥିଲେ। ରାମାୟଣରେ ରାମଙ୍କ ଚରିତ୍ରରେ ଅଭିନୟ କରି ଅଭିନେତା ଅରୁଣ ଗୋଭିଲ ବହୁତ ପ୍ରସିଦ୍ଧ ଲାଭ କରିଥିଲେ l ଆଜି ବି ଲୋକମାନେ ତାଙ୍କୁ ପ୍ରଭୁ ଶ୍ରୀରାମଙ୍କ ଭାବରେ ପୂଜା କରନ୍ତି l ସେହିପରି ସୀତା ଚରିତ୍ରରେ ଅଭିନୟ କରିଥିବା ଦୀପିକା ଚିଖଲିଆ ଏବଂ ଲକ୍ଷ୍ମଣଙ୍କ ଚରିତ୍ରରେ ଅଭିନୟ କରିଥିବା ସୁନୀଲ ଲହରି ମଧ୍ୟ ଏବେବି ଲୋକଙ୍କ ମନରେ ଏକ ବିଶେଷ ସ୍ଥାନରେ ଅଛନ୍ତି l