Latest Odisha News

BREAKING NEWS

କେଉଁ ପାତ୍ରରେ ମା’ବୃନ୍ଦାବତୀଙ୍କୁ ଜଳ ଅର୍ପଣ କଲେ ମିଳେ ଶୁଭଫଳ..

ଭୁବନେଶ୍ବର: ଆମେ ପ୍ରତିଦିନ ମା’ବୃନ୍ଦାବତୀଙ୍କୁ ଜଳ ଅର୍ପଣ କରିଥାଉ । ମା’ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ସହ ଜଡ଼ିତ ଦେବୀ ତୁଳସୀ । ତେବେ ଜାଣିଛନ୍ତି କି, ସକାଳୁ ସକାଳୁ ତୁଳସୀ ଗଛରେ କେଉଁ ପାତ୍ରରେ ଜଳ ଅର୍ପଣ କରିବା ଉଚିତ୍ ।

ତମ୍ବା ଧାତୁରେ ନିର୍ମିତ ପାତ୍ରରୁ ତୁଳସୀ ଗଛରେ ଜଳ ଅର୍ପଣ କରିବା ଦ୍ବାରା ଜୀବନରେ ଶୁଭଫଳ ମିଳିଥାଏ ।
ଜ୍ୟୋତିଷଶାସ୍ତ୍ର ଅନୁସାରେ, ତମ୍ବା ସହିତ ମଙ୍ଗଳ ଗ୍ରହଙ୍କ ଗଭୀର ସମ୍ପର୍କ ରହିଛି । ପ୍ରଭୁ ମଙ୍ଗଳଙ୍କ ଆଶୀର୍ବାଦ ପାଇବା ପାଇଁ ଏବଂ କୁଣ୍ଡଳୀରେ ମଙ୍ଗଳ ଗ୍ରହକୁ ମଜବୁତ କରିବା ପାଇଁ ପ୍ରତିଦିନ ତୁଳସୀ ଚଉରାରେ ଏକ ତମ୍ବା ପାତ୍ରରେ ଜଳ ଅର୍ପଣ କରିବା ଉଚିତ୍ ।

ସେହିପରି ଯେଉଁମାନଙ୍କର ରାଶିରେ ବୃହସ୍ପତି ଦୁର୍ବଳ ରହିଥାନ୍ତି, ସେମାନେ ଏକ ପିତ୍ତଳ ପାତ୍ରରେ ତୁଳସୀ ଚଉରାରେ ଜଳ ଅର୍ପଣ କଲେ ଲାଭ ମିଳେ । ଆହୁରିମଧ୍ୟ ବୈବାହିକ ଜୀବନରେ ସମସ୍ୟା ଥିଲେ,ପିତ୍ତଳ ପାତ୍ରରେ ତୁଳସୀ ଗଛରେ ଜଳ ଅର୍ପଣ କରିବା ଶୁଭ । ଏପରି କଲେ ତିକ୍ତତା ଦୂର ହୋଇଥାଏ ।

ଷ୍ଟିଲ୍ ପାତ୍ରରେ କଦାପି ତୁଳସୀ ଚଉରାରେ ଜଳ ଅର୍ପଣ କରନ୍ତୁ ନାହିଁ । ଏପରି କରୁଥିଲେ ଆଜିଠାରୁ ବନ୍ଦ କରି ଦିଅନ୍ତୁ । ପୂଜାରେ ଷ୍ଟିଲ୍ ପାତ୍ରର ବ୍ୟବହାର କରାଯାଏ ନାହିଁ ।

ଗାଧୋଇବା ପରେ ମାଆ ବୃନ୍ଦାବତୀଙ୍କୁ ସବୁବେଳେ ଜଳ ଅର୍ପଣ କରାଯାଏ ।

Comments are closed.