Latest Odisha News

BREAKING NEWS

୨୨ମାସ ପର୍ଯ୍ୟନ୍ତ ଗର୍ଭଧାରଣ କ୍ଷମତା ରଖିଥାଏ ଏହି ଜୀବ : ଜନ୍ମ ହେବାର ୧୦ଘଣ୍ଟା ଭିତରେ ଦୌଡିବା ଆରମ୍ଭ କରେ ଛୁଆ

ନୂଆଦିଲ୍ଲୀ : କୌଣସି ଜୀବପାଇଁ ଗର୍ଭଧାରଣ କରିବା ସମୟ ଅତ୍ୟନ୍ତ କଷ୍ଟକର ହୋଇଥାଏ  । ସାଧାରଣତଃ ମଣିଷ ମାନଙ୍କର ୯ ମାସ ଗର୍ଭଧାରଣ କ୍ଷମତା ରହିଥାଏ  । ମାତ୍ର ଆମେ ଆଜି ଆପଣ ମାନଙ୍କୁ ଏମିତି ଏକ ଜୀବ ବିଷୟରେ କହିବାକୁ ଯାଉଛୁ  । ଯିଏ ୨୨ ମାସ ପର୍ଯ୍ୟନ୍ତ ନିଜ ଛୁଆକୁ ପେଟରେ ପାଳିଥାଏ । ପ୍ରଥମେ ଆସିବ ଜିରାଫ ର କଥା  । ଆପଣ ଏହାର ସାଇଜ୍ ଦେଖି ଜାଣିପାରୁଥିବେ ଏହାର ଛୁଆକୁ ବିକଶିତ ହେବା ପାଇଁ କେତେ ସମୟ ଲାଗୁଥିବ । ଏହା ୧୪ ରୁ ୧୫ ମାସ ପର୍ଯ୍ୟନ୍ତ ନିଜ ଛୁଆକୁ ଗର୍ଭରେ ଧାରଣ କରିଥାଏ  ।

ଆଉ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଜନ୍ମ ହେବାର ୧୦ ଘଣ୍ଟା ଭିତରେ ଜିରାଫ ଛୁଆ ଦୌଡିବା ଆରମ୍ଭ କରେ । ଦ୍ବିତୀୟ ରେ ଆସିବ ଗଣ୍ଡା । ଯାହାର ଗର୍ଭଧାରଣ କ୍ଷମତା ୧୩ରୁ ୧୪ ମାସ ରହିଥାଏ  । ଜନ୍ମ ସମୟରେ ହିଁ ଏହାର ଛୁଆର ଓଜନ ୭୦ କିଲୋଗ୍ରାମ ହୋଇଥାଏ  । ଦୁନିଆର ସବୁଠାରୁ ଭାରି ଜୀବ ହେଉଛି ହାତୀ  । ହାତୀର ଗର୍ଭଧାରଣ କ୍ଷମତା ପ୍ରାୟ ୨୨ ମାସ ରହିଥାଏ । ଆଉ ଜନ୍ମ ସମୟରେ ଏକ ହାତୀ ଛୁଆ ପ୍ରାୟ ୩ ଫୁଟ ଏବଂ ୧୨୦ କିଲୋଗ୍ରାମ୍ ଓଜନର ହୋଇଥାଏ ।

Leave A Reply

Your email address will not be published.