Latest Odisha News

ଫାଷ୍ଟଫୁଡ୍ ଖାଇ ବଢାଇଥିଲେ ଓଜନ , ଏବେ ଓଜନ କମାଇବାରେ ବ୍ୟସ୍ତ ଏହି ଅଭିନେତ୍ରୀ

ନୂଆଦିଲ୍ଲୀ : ସାଧାରଣତଃ ମନୋରଞ୍ଜନ ଦୁନିଆରେ କାମ କରୁଥିବା ଫିଲ୍ମ ଷ୍ଟାର୍ ମାନଙ୍କ ପାଇଁ ଫିଟନେସ୍ ଏକ ପ୍ରମୁଖ ଜିନିଷ  । ସେଥିପାଇଁ ଫିଲ୍ମ ହିରୋ ହିରୋଇନ ମାନେ ଅଧିକ ସମୟ ଜିମ୍ ରେ ବିତାଇଥାନ୍ତି । ଆଜିକାଲି ନିଜ ଓଜନ କମାଇବାରେ ବ୍ୟସ୍ତ ଅଛନ୍ତି ଏହି ଅଭିନେତ୍ରୀ । ଫିଲ୍ମ ଚମକିଲା ପରେ ନିଜ ଫିଟନେସକୁ ନେଇ ସେ ପୁରା ସଚେତନ ହୋଇଯାଇଛନ୍ତି  ।

ହଁ ଆଜ୍ଞା ଆମେ କହୁଛୁ ପରିଣୀତିଙ୍କ କଥା  । ଖୁବ୍‌ଶୀଘ୍ର ପ୍ରଖ୍ୟାତ ପଞ୍ଜାବୀ ଗାୟକ ସ୍ୱର୍ଗତ ଅମର ସିଂହ ଚମକିଲାଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଚମକିଲା’ରେ ତାଙ୍କୁ ଦେଖିବାକୁ ମିଳିବ ।  ଏହି ସିନେମାରେ ଚମକିଲାଙ୍କ ଭୂମିକାରେ ଗାୟକ ତଥା ଅଭିନେତା ଦିଲଜିତ୍ ଦୋସାଞ୍ଝ ରହିଥିବା ବେଳେ ଚମକିଲାଙ୍କ ପତ୍ନୀ ଅମରଜୋତ କୌରଙ୍କ ଚରିତ୍ରରେ ପରିଣୀତ ଅଭିନୟ କରିଛନ୍ତି । ଚଳଚ୍ଚିତ୍ରଟିର ସୁଟିଂ ସରିଲା ପରେ ସେ ଏବେ ଓଜନ କମାଇ ନିଜର ପୂର୍ବାବସ୍ଥା ଫେରି ପାଇବା ଲାଗି ନିୟମିତ ଜିମ ଯାଇ କସରତ କରୁଛନ୍ତି ।

ଯାହାର ଏକ ଭିଡିଓ ନିଜର ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରି ସ୍ପଷ୍ଟ କରିଛନ୍ତି । ଏହି ଭିଡିଓରେ ପରିଣୀତି ଜିମରେ ଓ୍ବାକ୍ ଆଉଟ କରିଥିବାର ନଜର ଆସିଛନ୍ତି । ପରିଣୀତି ଏହି ଭିଡିଓରେ କହିଛନ୍ତି ମୁଁ୧୫ କିଲୋଗ୍ରାମ ଓଜନ ବୃଦ୍ଧି ପାଇଁ ଯଥାସମ୍ଭବ ଫାଷ୍ଟଫୁଡ ଖାଉଥିଲି । ବର୍ତ୍ତମାନ ଫିଲ୍ମ ନିର୍ମାଣ ଶେଷ ହୋଇସାରିଥିବା ବେଳେ ପୁନର୍ବାର ମୁ ମୋର ଓଜନ କମାଇ ପୂର୍ବ ପରି ଦେଖାଯିବାକୁ ଚେଷ୍ଟା କରୁଛି ।

Leave A Reply

Your email address will not be published.