ଭୁବନେଶ୍ବର: ମୋବାଇଲଫୋନରେ ଫଟୋ,ଭିଡିଓ, ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି ବ୍ୟାଙ୍କ ବିବରଣୀ ପର୍ଯ୍ୟନ୍ତ ଅନେକ ବ୍ୟକ୍ତିଗତ ତଥ୍ୟ ସେଭ୍ ଥାଏ । ତେଣୁ ସମସ୍ତେ ଫୋନର ସିକ୍ୟୁରିଟିକୁ ମଜବୁତ ରଖିବା ଦରକାର । ଫୋନର ଷ୍ଟ୍ରଙ୍ଗ ସିକ୍ୟୁରିଟି ପାଇଁ କିଛି ଲୋକ ଫିଙ୍ଗରପ୍ରିଣ୍ଟ ଅବା ଫେସ୍ ଅନଲକ୍ ବ୍ୟବହାର କରନ୍ତି ଓ ଆଉ କେହି ପିନକୋଡ୍ ବ୍ୟବହାର କରନ୍ତି। କିନ୍ତୁ ଏହି ତିନୋଟି ବିକଳ୍ପ ମଧ୍ୟରୁ ସବୁଠାରୁ ଭଲ ସୁରକ୍ଷା ପ୍ରଦାନ କିଏ କରେ ଆପଣ ଜାଣିଛନ୍ତି କି? ତେବେ ଆସନ୍ତୁ ଜାଣିବା..
ଫିଙ୍ଗର ପ୍ରିଣ୍ଟ ସେନସର
ଲୋକମାନେ ଫୋନକୁ ଲକ୍ କରିବା ପାଇଁ ଫିଙ୍ଗରପ୍ରିଣ୍ଟ ସେନ୍ସର ବ୍ୟବହାର କରନ୍ତି । କାରଣ ସେନ୍ସର ଫୋନକୁ ଶୀଘ୍ର ଅନଲକ୍ କରିଥାଏ କିନ୍ତୁ ଷ୍ଟ୍ରଙ୍ଗ ସିକ୍ୟୁରିଟି ପାଇଁ ଫିଙ୍ଗରପ୍ରିଣ୍ଟ ସେନ୍ସର ଏକ ଭଲ ବିକଳ୍ପ ନୁହେଁ। ପ୍ରତ୍ୟେକଙ୍କ ଟିପଚିହ୍ନ ଭିନ୍ନ କିନ୍ତୁ ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ ଯେ ଶୋଇଥିବା ସମୟରେ ସେନ୍ସରରେ ଆଙ୍ଗୁଠି ରଖି ଜଣଙ୍କ ଫୋନକୁ ଅନଲକ୍ କରିହେବ ।
ଫେସ୍ ଅନଲକ୍
ଏକ ପ୍ରକାରରେ ଫେସ୍ ଅନଲକ୍ ସିଷ୍ଟମ ଷ୍ଟ୍ରଙ୍ଗ ସିକ୍ୟୁରିଟି ଅଟେ । 2D ଫେସ୍ ରିକଗନିସନ ସେନ୍ସରଗୁଡ଼ିକୁ ସହଜରେ ବୋକା ବନାଇହେଉ। କିନ୍ତୁ 3D ସ୍କାନିଂ ଥିବା ସ୍ମାର୍ଟଫୋନ୍ (ଆଇଫୋନ୍)ରେ ଏପରି ବିପଦ କମ୍ ରହିଥାଏ ।
ପିନକୋଡ
ଫେସ୍ ଅନଲକ୍ ଏବଂ ଫିଙ୍ଗରପ୍ରିଣ୍ଟ ବ୍ୟତୀତ ଆମେ ପିନକୋଡ୍ ମଧ୍ୟ ବ୍ୟବହାର କରିଥାଉ। ପିନକୋଡ୍ ବ୍ୟବହାର କରିବା ଫିଙ୍ଗର ପ୍ରିଣ୍ଟ ସେନସର କିମ୍ବା ଫେସ୍ ଅନଲକ୍ ବ୍ୟବହାର କରିବା ଅପେକ୍ଷା ଅଧିକ ସୁରକ୍ଷିତ। କାରଣ ବୋକା ବନେଇ ଫିଙ୍ଗର ପ୍ରିଣ୍ଟ କିମ୍ବା ଫେସ୍ ଅନଲକ୍ ଦ୍ବାରା ଫୋନ୍ ଅନଲକ୍ କରି ହେବ । କିନ୍ତୁ ଜାଲ୍ ପିନକୋଡ୍ କରାଯାଇପାରିବ ନାହିଁ।
ଯଦି ଆପଣ ଟିକେ ଜଟିଳ ପାସୱାର୍ଡ ବ୍ୟବହାର କରନ୍ତି, ତେବେ ଫୋନର ସୁରକ୍ଷାକୁ ମଜବୁତ ରଖାଯାଇପାରିବ। ବଡ଼ ଅକ୍ଷର, ଛୋଟ ଅକ୍ଷର,ସିମ୍ବଲ ଏବଂ ସଂଖ୍ୟାକୁ ବ୍ୟବହାର କରି ଏକ ମଜବୁତ ପାସୱାର୍ଡ ବନେଇ ପାରିବେ । ଏପରି ପାସୱାର୍ଡ ସହଜରେ ହ୍ୟାକ କରି ହୁଏ ନାହିଁ ।
ଏବେ ଆପଣ ତିନୋଟି ବିକଳ୍ପ ମଧ୍ୟରୁ ସବୁଠାରୁ ସୁରକ୍ଷିତ ବିକଳ୍ପ ବିଷୟରେ ଜାଣିଯାଇଥିବେ । ସେହି ହିସାବରେ ଫୋନକୁ ଷ୍ଟ୍ରଙ୍ଗ ସିକ୍ୟୁରିଟି ପ୍ରଦାନ କରନ୍ତୁ ।
Comments are closed.