Latest Odisha News

BREAKING NEWS

ପଙ୍କଜ କେଉଁ ରାଜନେତା ଭୂମିକାରେ ବଡ଼ ପରଦାରେ ଆସିବେ? ‘ନ୍ୟାସନାଲ ଆଇକନ୍’ ପଦରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଅଭିନେତା ପଙ୍କଜ ତ୍ରିପାଠୀ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ର ‘ନ୍ୟାସନାଲ ଆଇକନ୍’ ପଦରୁ ସ୍ୱେଚ୍ଛାକୃତ ଭାବେ ଇସ୍ତଫା ଦେଇଛନ୍ତି।

ଅକ୍ଟୋବର ୨୦୨୨ରେ ଇସିଆଇର ନ୍ୟାସନାଲ ଆଇକନ୍ ଭାବେ ମନୋନୀତ ହୋଇଥିବା ପଙ୍କଜ ତ୍ରିପାଠୀ ଏବେ ତାଙ୍କ ଆଗାମୀ ଫିଲ୍ମ ‘ମୁଁ ଅଟଳ ହୁଁ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବାୟୋପିକରେ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଅଭିନୟ କରିଛନ୍ତି ପଙ୍କଜ ତ୍ରିପାଠୀ।

ଆଗାମୀ ଚଳଚ୍ଚିତ୍ରରେ ସେ ରାଜନୈତିକ ନେତା ଭୂମିକାରେ ଆସିବେ। ଏହାପୂର୍ବରୁ ସେ ସ୍ବେଚ୍ଛାକୃତ ଭାବେ ଚୁକ୍ତିପତ୍ର ଅନୁଯାୟୀ ନ୍ୟାସନାଲ ଆଇକନ୍ ପଦରୁ ଇସ୍ତଫା ଦେଇଛନ୍ତି। ଅକ୍ଟୋବର ୨୦୨୨ରୁ ଭୋଟର ସଚେତନତା ଏବଂ ତାଙ୍କର ପ୍ରଭାବଶାଳୀ ଅବଦାନ ପାଇଁ ନିର୍ବାଚନ କମିଶନ କୃତଜ୍ଞତା ଜ୍ଞାପନ କରିଛନ୍ତି ବୋଲି ନିର୍ବାଚନ ଆୟୋଗର ଜଣେ ମୁଖପାତ୍ର କହିଛନ୍ତି।

ରବି ଯାଦବଙ୍କ ନିର୍ଦ୍ଦେଶିତ ‘ମୁଁ ଅଟଳ ହୁଁ’ ଜାନୁଆରୀ ୧୯ରେ ରିଲିଜ୍ ହେବ। ପଙ୍କଜ ତ୍ରିପାଠୀ କହିଛନ୍ତି ଯେ ବାଜପେୟୀଙ୍କ କାହାଣୀକୁ ରୂପେଲି ପରଦାକୁ ଆଣିଥିବାରୁ ସେ ଗର୍ବ ଅନୁଭବ କରୁଛନ୍ତି।

ଫିଲ୍ମ ଅପେକ୍ଷା ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଅଭିନୟ କରିବାର ଯାତ୍ରା ଅତ୍ୟନ୍ତ ଆନନ୍ଦଦାୟକ ବୋଲି ପଙ୍କଜ ତ୍ରିପାଠୀ କହିଛନ୍ତି। ସେ ଆଶା କରୁଛିନ୍ତେ ଯେ ଦର୍ଶକମାନେ ଅଟଳଙ୍କ ଭୂମିକାକୁ ବଡ଼ ପରଦାକୁ ଆଣିବା ପାଇଁ ଆମର ପ୍ରୟାସକୁ ପ୍ରଶଂସା କରିବେ।

Leave A Reply

Your email address will not be published.