Latest Odisha News

BREAKING NEWS

ଟି୨୦: ଶିବମଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଆଫଗାନିସ୍ତାନକୁ ହରାଇଲା ଭାରତ

ମୋହାଲୀ: ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ରେ ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୬ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା । ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ବିନିୟମରେ ୧୫୮ ରନ କରିଥିଲା । ମହମ୍ମଦ ନାବି ୪୨ ଓ ଅଜମୁତାଲ୍ଲାହ ଓମରାଜାଇ ୨୯ ରନର ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ମୁକେଶ କୁମାର ଓ ଅକ୍ଷର ପଟେଲ ୨ଟି ଲେଖାଁଏ ୱିକେଟ ନେଇଥିଲେ । ୧୫୯ ରନର ବିଜୟ ଲକ୍ଷ୍ୟକୁ ଟିମ ଇଣ୍ଡିଆ ୧୭.୩ ଓଭରରେ ୪ ୱିକେଟ ହରାଇ ହାସଲ କରି ନେଇଥିଲା । ଦୁବେ ୪୦ ବଲରେ ୫ ଚୌକା ଓ ୨ଛକା ସହାୟତାରେ ୬୦ ରନ ଓ ରିଙ୍କୁ ସିଂ ୧୬ ରନ କରି ଅପରାଜିତ ରହିଥିଲେ । ଜିତେଶ ଶର୍ମା ୩୧, ଶୁଭମନ ଗିଲ ୨୩ ଓ ତିଳକ ବର୍ମା ୨୬ ରନ କରିଥିଲେ ।

ଅଧିନାୟକ ରୋହିତ ଶର୍ମା ଖାତା ଖୋଲିପାରି ନ ଥିଲେ । ଆଫଗାନିସ୍ତାନ ପକ୍ଷରୁ ମୁଜୀବ ଉର ରହେମାନ ୨ଟି ଏବଂ ଅଜମୁତାଲ୍ଲାହ ଓମରାଜାଇ ଗୋcଟିଏ ୱିକେଟ ହାସଲ କରିଥିଲେ । ଟସ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା ।

Leave A Reply

Your email address will not be published.