ଭୁବନେଶ୍ୱର: ପୂରା ଦିନ କାମ ସାରି ରାତିରେ ବେଡ୍ରେ ଶୋଇ ଥକାପଣ ଦୂର କରିବାର ମଜା ଅଲଗା । ସେଥିପାଇଁ ସକାଳ ସମୟରେ ଉଠିବାକୁ ଭଲ ନିଦ୍ରା ଅତ୍ୟନ୍ତ ଜରୁରୀ। ରାତିରେ ୭ରୁ ୮ ଘଣ୍ଟା ଭଲ ଭାବେ ଶୋଇଲେ ମନ ଓ ଶରୀରକୁ ଶାନ୍ତି ମିଳେ। କିନ୍ତୁ ଆପଣ ଜାଣନ୍ତି କି, ଶୋଇବାର ମଧ୍ୟ ଏକ ସଠିକ୍ ଉପାୟ ରହିଛି? ଆମର ନିଦ୍ରା ଓ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡ଼େ ଯେ, ଆମେ କେଉଁ କଡ଼ ନେଇ ଶୋଉଛୁ।
ଆୟୁର୍ବେଦରେ ଶୋଇବାର ଅବସ୍ଥାକୁ ବହୁତ ଗୁରୁତ୍ୱ ଦିଆଯାଇଛି। ଏପରି ସ୍ଥିତିରେ ପ୍ରଶ୍ନ ଉଠେ—ଡାହାଣ କିମ୍ବା ବାମ ପଟେ, କେଉଁ ଦିଗରେ ଶୋଇବା ଉଚିତ? ଏନେଇ ବିଶେଷଜ୍ଞ ଆଚାର୍ଯ୍ୟ ମନୀଷ ଜୀ କହିଛନ୍ତି ଯେ, କେଉଁ କୋଡ଼ରେ ଶୋଇଲେ ଶରୀରକୁ ଅଧିକ ଲାଭ ମିଳେ।
ଭଲ ନିଦ୍ରା ପାଇଁ ବିଶେଷକରି ବାମ ପାଖକୁ ଶୋଇବାକୁ ଭଲ ମନାଯାଏ। ଗବେଷଣା ଅନୁଯାୟୀ, ଏହା ଦ୍ୱାରା ଶରୀର ଅଧିକ ରିଲାକ୍ସ ହୁଏ ଓ ନିଦ୍ରା ମଧ୍ୟ ଗଭୀର ହୁଏ। ଆୟୁର୍ବେଦ ଅନୁସାରେ, ବାମ ପାଖକୁ ଶୋଇଲେ ପାଚନ ପ୍ରକ୍ରିୟା ଭଲ ହୁଏ, ଏସିଡ୍ ରିଫ୍ଲକ୍ସ କମେ ଓ ଗର୍ଭାବସ୍ଥାରେ ରକ୍ତସଞ୍ଚାର ଭଲ ରହେ। ଏହାସହ ସ୍ଲିପ୍ ଏପ୍ନିଆର ସମସ୍ୟାରୁ ମଧ୍ୟ ରାହାତ ମିଳିପାରେ।
ଭଲ ନିଦ୍ରା ପାଇଁ ପିଠି ଉପରେ କିମ୍ବା କଡ଼ ଲେଉଟେଇ ଶୋଇବାକୁ ସର୍ବୋତ୍ତମ ମନାଯାଏ। ବିଶେଷଜ୍ଞଙ୍କ କହିବାନୁସାରେ, ପିଠି ଉପରେ ଶୋଇଲେ ମେରୁଦଣ୍ଡ ସିଧା ରହେ ଓ ଶରୀରର ଅବସ୍ଥା ଭଲ ରହେ। ତେବେ ପେଟ ଉପରେ ଶୋଇବା ଭଲ ନୁହେଁ, କାରଣ ଏହା ବେକ ଓ ପିଠି ଉପରେ ଅଧିକ ଚାପ ପକାଏ।
ଭଲ ଓ ଗଭୀର ନିଦ୍ରା ପାଇଁ ଉପାୟ
• ନିଜ ପାଇଁ ସଠିକ୍ ବିଛଣା ବାଛନ୍ତୁ, ଯେଉଁଥିରେ ଶୋଇଲେ ସହଜରେ ନିଦ୍ରା ଆସିବ।
• ଭଲ ଚାଦର ବ୍ୟବହାର କରନ୍ତୁ, କାରଣ ଖରାପ ଚାଦର ଶରୀରକୁ ଅସୁବିଧା ଦେଇପାରେ।
• ସଠିକ୍ ତକିଆ ବାଛନ୍ତୁ ଓ ମୁଣ୍ଡ ରଖି ଦେଖନ୍ତୁ, କେଉଁଠି ମୁଣ୍ଡ ବ୍ୟଥା ହେଉନଥିବ।
• ଶୋଇବା ଓ ଚେଇଁବାର ଏକ ନିୟମିତ ସମୟ ଧାର୍ଯ୍ୟ କରନ୍ତୁ।
• ଶାନ୍ତ ଓ ଅନ୍ଧାର ଘରେ ଶୋଇବାକୁ ଚେଷ୍ଟା କରନ୍ତୁ, କାରଣ ଆଲୋକରେ ମନ ଶାନ୍ତ ହୁଏନାହିଁ।
• ମଦ୍ୟପାନରୁ ଦୂରେ ରୁହନ୍ତୁ, କାରଣ ଏହାର ଅଧିକ ସେବନ ନିଦ୍ରାକୁ ପ୍ରଭାବିତ କରିପାରେ।