Latest Odisha News

BREAKING NEWS

ନନ୍ଦନକାନନରେ ଜନ୍ମ ନେଲେ ୩ ଧଳା ବାଘ ଶାବକ

ଭୁବନେଶ୍ୱର: ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଖୁସି ଖବର। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ଦିନ ଏକ ଧଳା ବାଘୁଣୀ ତିନିଟି ଛୁଆ ଜନ୍ମ ଦେଇଛି।

ପ୍ରାଣୀ ଉଦ୍ୟାନ ପକ୍ଷରୁ ମିଳିଥିବା ଅନୁଯାୟୀ, ଧଳା ବାଘୁଣୀ ବିଜୟା ସକାଳେ ଗୋଟିଏ ଛୁଆ ଏବଂ ଅନ୍ୟ ଦୁଇଟିକୁ ଅପରାହ୍ନରେ ଜନ୍ମ ଦେଇଥିଲା।

ବାଘୁଣୀ ଏବଂ ନବଜାତ ଶାବକ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ପ୍ରାଣୀ ଉଦ୍ୟାନ ଅଧିକାରୀ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ହାଇଦ୍ରାବାଦର ଏକ ପ୍ରାଣୀ ଉଦ୍ୟାନରୁ ଆସିଥିବା ଧଳା ବାଘ ସୈଫର ଔରସରୁ ଏହି ଶାବକ ଜନ୍ମ ଗ୍ରହଣ କରିଛି।

Comments are closed.