Latest Odisha News

BREAKING NEWS

୨୩ ହଜାର ଫୁଟ ଉଚ୍ଚରେ ଯୁବକର ପାଗଳାମୀ, ବିମାନର ଏମରଜେନ୍ସି ଡୋର ଖୋଲୁଥିଲେ

ବାରଣାସୀ:ଦିଲ୍ଲୀରୁ ବାରଣାସୀ ଆସୁଥିବା ଏକ ବିମାନରେ ଜଣେ ଯୁବକଙ୍କ ପାଗଳାମୀ ସମସ୍ତ ଯାତ୍ରୀଙ୍କୁ ଭୟଭୀତ କରାଇ ଦେଇଥିଲା । ବିମାନଟି ୨୩୦୦୦ ଫୁଟ ଉପରେ ଉଡୁଥିବା ବେଳେ ଯୁବକଜଣଙ୍କ ଏହାର ଏମରଜେନ୍ସି ଡୋର ଖୋଲିବାକୁ ଉଦ୍ୟମ କରିଥିଲେ । କ୍ରୁ ମେମ୍ବର ଏବଂ ଯାତ୍ରୀମାନଙ୍କ ସହାୟତାରେ ଗୌରବ ନାମକ ଏହି ଯୁବକକୁ କାବୁ କରାଯାଇଥିଲା ।

ବିମାନର ସଫଳ ଅବତରଣ ପରେ ସିଆଇଏସଏଫ ଗୌରବକୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଥିଲେ । ଗୁରୁଗ୍ରାମର ଏହି ଯୁବକଙ୍କ ମାନସିକ ଅବସ୍ଥା ଠିକ୍ ନାହିଁ । ନିକଟରେ ତାଙ୍କ ବାପାଙ୍କ ପରଲୋକ ହୋଇଥିବା ବେଳେ ଗାର୍ଲଫ୍ରେଣ୍ଡ ଛାଡି ପଳାଇଥିବାରୁ ସେ ଚାପଗ୍ରସ୍ତ ରହି ଏହି କାର୍ଯ୍ୟ କରିଥିଲେ । ପୋଲିସ ଗୌରବଙ୍କୁ ଛାଡିଦେଇଛି । ଉକ୍ତ ବିମାନରେ ୯୦ଜଣ ଯାତ୍ରୀ ଥିଲେ ।

Leave A Reply

Your email address will not be published.