Latest Odisha News

BREAKING NEWS

ଧୋନୀଙ୍କୁ ଗାଳି ଦେଇଥିଲେ ଏହି ଖେଳାଳି ? 

ନୂଆଦିଲ୍ଲୀ: ଆଇପିଏଲରୁ ମହେନ୍ଦ୍ର ସିଂହ ଧୋନୀଙ୍କ ସନ୍ନ୍ୟାସ ପରେ ଏବେ ଏକ ପୁରୁଣା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୂର୍ବତନ କ୍ରିକେଟର ଆକାଶ ଚୋପ୍ରାଙ୍କ ଏକ ପୁରୁଣା ଭିଡିଓରେ ସେ ଏଭଳି ଏକ ଚାଞ୍ଚଲ୍ୟକର ଦାବି କରିଛନ୍ତି, ଯାହାକୁ ନେଇ କ୍ରିକେଟ୍ ଜଗତରେ ଚର୍ଚ୍ଚା ଜୋର ଧରିଛି ।  ଭିଡିଓ ଅନୁଯାୟୀ,ଆଇପିଏଲ ୨୦୨୩  ସମୟରେ ଚେନ୍ନାଇ ସୁପର କିଙ୍ଗ୍ସର ଜଣେ ଖେଳାଳି ଟିମର ମହାନ ଅଧିନାୟକ ଏମ.ଏସ୍. ଧୋନୀଙ୍କୁ ଗାଳି ଦେଇଥିଲେ । ଏହି ଘଟଣା ପରେ ଟିମ୍‌ର ଅନ୍ୟ ସଦସ୍ୟମାନେ ସେହି ଖେଳାଳିଙ୍କୁ ଦଳରୁ ବାହାର କରିବାକୁ ଦାବି କରିଥିଲେ ।

ମାତ୍ର ଧୋନୀ ନିଜର ମହାନତା ଦେଖାଇ ଖେଳାଳିଙ୍କ ମ୍ୟାଚ୍ ଜିତାଇବାର କ୍ଷମତାକୁ ପ୍ରାଥମିକତା ଦେଇଥିଲେ ଏବଂ ତାଙ୍କୁ ଦଳରୁ ବାହାର କରିବାକୁ ବାରଣ କରିଥିଲେ । ୨୦୨୩ ରେ ଚେନ୍ନାଇ ନିଜର ପଞ୍ଚମ ଆଇପିଏଲ୍ ଟ୍ରଫି ଜିତିଥିଲା । ଆକାଶ ଚୋପ୍ରା ନିଜ ଭିଡିଓରେ ସେହି ଖେଳାଳିଙ୍କ ନାଁ ପ୍ରକାଶ କରି ନାହାଁନ୍ତି । କିନ୍ତୁ ସୋସିଆଲ ମିଡିଆରେ ପ୍ରଶଂସକମାନେ ଦ୍ରୁତ ବୋଲର ଆକାଶ ସିଂଙ୍କ ନାଁ ନେଉଛନ୍ତି, ଯିଏ ୨୦୨୩ ରେ ଚେନ୍ନାଇ ତରଫରୁ ଖେଳୁଥିଲେ । ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏହି ନାଁକୁ ନେଇ କୌଣସି ସରକାରୀ ପୁଷ୍ଟି କରାଯାଇ ନାହିଁ ।

Leave A Reply

Your email address will not be published.