Latest Odisha News

BREAKING NEWS

କୋଭିଡ଼ ୧୯: ଭାରତର ପଦକ୍ଷେପକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଶଂସା

ନୂଆଦିଲ୍ଲୀ: ସାରା ବିଶ୍ୱକୁ କବଳିତ କରି ଚାଲିଥିବା ମାରାତ୍ମକ କରୋନା ଭାଇରସର ମୁକାବିଲା ପାଇଁ ଭାରତର ନେଇଥିବା ପଦକ୍ଷେପକୁ ପ୍ରଶଂସା କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରଶଂସା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଧ୍ୟକ୍ଷ ଟ୍ରେଡୋସ ଭାରତକୁ ବହୁ ପ୍ରଶଂସା କରି କହିଛନ୍ତି ଯେ, କରୋନା ଭାରତରେ ପ୍ରଥମ ସ୍ତରରେ ରହିଥିବା ବେଳେ ଏହାକୁ କ ଲକଡାଉନ କରିବାକୁ ବଡ଼ ନିଷ୍ପତ୍ତି ନିଆଯାଇଛି । ଯାହା ନିହାତି ପକ୍ଷେ ସ୍ୱାଗତଯୋଗ୍ୟ । ଭାରତ ପାଖରେ କରୋନା ଭାଇରସକୁ ନିୟନ୍ତ୍ରଣ କଲାଭଳି କ୍ଷମତା ରହିଛି ।

କିନ୍ତୁ କେବଳ ଲକଡାଉନ ଏହାର ସମାଧାନ ନୁହେଁ । ଏହାର କିଛି ପ୍ରତିକାର ଉପାୟ ଅବଲମ୍ବନ ନକରାଗଲେ ଏହା ଲକଡାଉନ ଖୋଲିବା ପରେ ବ୍ୟାପିବାର ଭୟ ରହିଛି । ଗୁରୁତର ରୂପ ନେବା ପୂର୍ବରୁ ଏହାକୁ ନିୟନ୍ତ୍ରିତ କରିବା ଦିଗରେ କାମ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶ ପ୍ରଦାନ କରିଛି ।

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦୬ ରେ ପହଞ୍ଚି ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୨ ଛୁଇଁଛି ।

Leave A Reply

Your email address will not be published.