ଝାଡଖଣ୍ଡ: ଝାଡଖଣ୍ଡର ପାଲାମୁ ଉଦୟପୁରରେ ଏକ ଅଭାବନୀୟ ଘଟଣା । କରୋନା ଡରରେ ସାମାଜିକ ଦୂରତ୍ୱ ରଖିବା ନେଇ ଗାଁ ଲୋକଙ୍କୁ ବୁଝାଇବାରୁ ଜଣେ ଦୋକାନୀକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ହତ୍ୟାର ଶିକାର ହୋଇଥିବା କାଶୀ ନାମକ ଏହି ବ୍ୟକ୍ତି ଗାଁରେ ଏକ ଗ୍ରୋସରୀ ଦୋକାନ କରିଥିଲେ । ତେବେ ଗାଁର କିଛି ବ୍ୟକ୍ତି ଏକାଠି ହୋଇ ଗପସପ କରୁଥିବା ବେଳେ କାଶୀ ସେମାନଙ୍କୁ ବାରଣ କରିଥିଲେ । କିନ୍ତୁ ଲୋକେ ଏସବୁକୁ ନ ବୁଝି ନ ପାରି ତାଙ୍କୁ ନିସ୍ତୁକ ମାଡ ମାରିଥିଲେ । ଏପରିକି ତାଙ୍କ ଦୋକାନର ଜିନିଷପତ୍ର ମଧ୍ୟ ନଷ୍ଟ କରି ଦେଇଥିଲେ । ଗୁରୁତର ଅବସ୍ଥାରେ କାଶୀଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପୋଲିସ ଏ ନେଇ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।
BREAKING NEWS
- ବାପା, ମାଆ ସିଟରେ ଲଢ଼ିବେ ପୁଅ
- ମୁଜୀବ ଉର ରହେମାନଙ୍କ ସ୍ଥାନରେ ଏହି ୧୬ ବର୍ଷୀୟ ବୋଲରଙ୍କୁ ଦଳରେ ସାମିଲ କଲା କେକେଆର
- ଦୀପାଳି-ବର୍ଷା-ଅଳକା: କାହାକୁ ଟିକେଟ, କାହାର କଟିବ ?
- ପଦାର୍ପଣ ଡାଇମଣ୍ଡ ଲିଗରେ କମାଲ କରିବା ଲକ୍ଷ୍ୟରେ ଓଡିଶାର ଜାଭେଲିନ ଥ୍ରୋୟର କିଶୋର
- ପଦ୍ମ ଧରିଲେ ଭାରତର ସବୁଠାରୁ ଧନୀ ମହିଳା ସାବିତ୍ରୀ ଜିନ୍ଦଲ
- ଭାରତୀୟ ହକି ଦଳକୁ ‘ପ୍ୟାରିସ୍ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଲା ଓସ୍ଜା
- ଦିନିକିଆ ବିଶ୍ୱକପ କ୍ରିକେଟ ୨୦୨୭: ଚ୍ୟାଲେଂଜ ଲିଗ ପାଇଁ ଟିମ ଘୋଷଣା
- ବିଜେଡ଼ି ଟିକେଟ ଘୋଷଣା ପରେ ଜଗା ଦର୍ଶନ ସହ ଆଶୀର୍ବାଦ ନେଲେ ପ୍ରଣବ ପ୍ରକାଶ ଓ ସଞ୍ଜୟ ଦାସବର୍ମା
- ରୋହିତଙ୍କ ପାଖକୁ ଫେରିବ କି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଦାୟିତ୍ୱ
- ଏମାନଙ୍କର ଟିକେଟ୍ କାଟିଲା ବିଜେଡି ?