Latest Odisha News

BREAKING NEWS

ସରିଲା ଭୂମି ପୂଜନ, ଏବେ କିଏ କରିବ ରାମ ମନ୍ଦିର ନିର୍ମାଣ?

ଭୁବନେଶ୍ୱର: ବର୍ଷ ବର୍ଷ ଧରି ଭାରତବାସୀଙ୍କ ଅପେକ୍ଷାର ଅନ୍ତ ଘଟିଛି । ଅଯୋଧ୍ୟାରେ ରାମମନ୍ଦିର ତିଆରି ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଶେଷ ହୋଇଛି । ତେବେ ଯେଉଁ ମନ୍ଦିର ତିଆରିକୁ ନେଇ ଏତେ ଚର୍ଚ୍ଚା ସେଇ ମନ୍ଦିରକୁ କିଏ ତିଆରି କରିବେ ଆସନ୍ତୁ ଜାଣିବା ।

ଏହି ମନ୍ଦିର ସ୍ଥପତି ଡିଜାଇନ ଓ ତିଆରି କରିବାର ଦାୟିତ୍ୱ ମିଳିଛି ଗୁଜରାଟର ସୋମପୁରା ପରିବାରକୁ । ପରିବାରର ମୁରବୀ ହେଉଛନ୍ତି ଚନ୍ଦ୍ରକାନ୍ତ ସୋମପୁରା । ବୟସ ୭୭ । ୩୦ ବର୍ଷ ତଳେ ଚନ୍ଦ୍ରକାନ୍ତ ଏହି ରାମ ମନ୍ଦିରର ଡିଜାଇନ ପ୍ରସ୍ତୁତ କରିଥିଲେ । ଯାହା ଏବେ ରୂପ ନେବାକୁ ଯାଉଛି ।

ତାଙ୍କ ପରିକଳ୍ପନାରେ ମନ୍ଦିରର ଭୂମି ପୂଜା କାର୍ଯକ୍ରମରେ ସେ ଯୋଗ ଦେଇ ପାରିନାହାନ୍ତି । କରୋନା ମହାମାରୀ ଆଉ ତାଙ୍କ ବୟସକୁ ଦୃଷ୍ଟି ରଖି ସେ ଯୋଗ ଦେବା ପାଇଁ ଉଚିତ ମଣି ନ ଥିଲେ । କିନ୍ତୁ ପୁଅ ଆଶିଷ ସେଠାରେ ଉପସ୍ଥିତ ଥିଲେ । ଆଉ ଘରୁ ଟିଭିରେ ସେ ଭୂମି ପୂଜାର ସିଧାପ୍ରସାରଣ ଦେଖିଥିଲେ ।

ଭାରତର ବହୁ ବଡ ବଡ ମନ୍ଦିର ତିଆରି କରିଛନ୍ତି ଏହି ସୋମପୁରା ପରିବାର । ଚନ୍ଦ୍ରକାନ୍ତଙ୍କ ଜେଜେବାପା ରାମଜୀ ସୋମପୁରା ପ୍ରସିଦ୍ଧ ସୋମନାଥ ମନ୍ଦିର ତିଆରି କରିଥିଲେ । ଗୁଜରାଟର ପାଲିଟଣା ମନ୍ଦିରକୁ ମଧ୍ୟ ସେ ତିଆରି କରିଥିଲେ । ଏପରିକି ପାଲିଟଣା ମନ୍ଦିରର ଗୋଟିଏ ଗେଟର ନାଁ ରାମଜୀ ଗେଟ୍ ବୋଲି ରଖାଯାଇଛି । ଚନ୍ଦ୍ରକାନ୍ତ ଓ ତାଙ୍କ ପୁଅ ଆଶିଷ ଦେଶ ତଥା ଦେଶ ବାହାରେ ପ୍ରାୟ ୧୩୧ ଟି ମନ୍ଦିରର ତିଆରି କରିଛନ୍ତି ।

କିନ୍ତୁ କୋଟି କୋଟି ଲୋକ ରାମମନ୍ଦିର ତିଆରି ହେଉ ବୋଲି ଅନାଇ ବସିଥିବା ବେଳେ ଚନ୍ଦ୍ରକାନ୍ତଙ୍କୁ ଏହାର ତିଆରି ଦାୟିତ୍ୱ ମିଳିଥିବାରୁ ସେ ବେଶ୍ ଗର୍ବିତ ବୋଲି କହିଛନ୍ତି । ଅଯୋଧ୍ୟା ରାମମନ୍ଦିରର ଡିଜାଇନ ଅନ୍ୟ ସମସ୍ତ ମନ୍ଦିରଠାରୁ ସ୍ୱତନ୍ତ୍ର ବୋଲି ସେ କହିଛନ୍ତି ।

Leave A Reply

Your email address will not be published.