Latest Odisha News

BREAKING NEWS

ମଣିଷଙ୍କ ନିକଟରେ କରୋନା ବିସ୍ତାର କରିବାର ଏକ ପ୍ରମୁଖ କାରଣ ହୋଇପାରେ ଠେକୁଆ; ‘ହୁ’

ନୂଆଦିଲ୍ଲୀ: ମହାମାରୀର ମୂଳ ଅନୁସନ୍ଧାନ କରୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଚାଇନାର ଉହାନ ବଜାରରେ ବିକ୍ରି ହୋଇଥିବା ବ୍ୟାଜର୍ ଏବଂ ଠେକୁଆ ଯୋଗୁ କରୋନାଭାଇରସ୍ ମାନବଙ୍କ ନିକଟକୁ ବିସ୍ତାର କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଇପାରେ।

ଅନୁସନ୍ଧାନକାରୀମାନେ, ବଜାରକୁ ଏହି ପ୍ରାଣୀ ଯୋଗାଣକାରୀଙ୍କ ଉପରେ ଅଧିକ ଅନୁସନ୍ଧାନର ଆବଶ୍ୟକତା ପ୍ରତି ଅଧିକ ଧ୍ୟାନ ଦେଇଛନ୍ତି। ବଜାରରେ ଆଇନଗତ କିମ୍ବା ବେଆଇନ ଭାବେ ବିକ୍ରି ହୋଇଥିବା ଜୀବନ୍ତ ଏବଂ ମୃତ ପଶୁମାନଙ୍କର ସମ୍ପୂର୍ଣ୍ଣ ତାଲିକା ଏପର୍ଯ୍ୟନ୍ତ ସେମାନେ ଜାଣିପାରି ନାହାଁନ୍ତି।

WHO ବିଶେଷଜ୍ଞ ଦଳ ଗତ ସପ୍ତାହରେ ଚୀନ୍ ଗସ୍ତ ଶେଷ କରିଥିଲେ। ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ଘୋଷଣା କରିଛନ୍ତି ଯେ ଲ୍ୟାବରୁ କୌଣସି ଭୁତାଣୁ ଲିକ୍ ହେବାର ସମ୍ଭାବନା ନାହିଁ। ଅନୁସନ୍ଧାନକାରୀମାନେ ଏହା ମଧ୍ୟ ସନ୍ଦେହ କରିଥିଲେ ଯେ ବ୍ୟାଟ୍ସ ଅର୍ଥାତ୍‌ ବାଦୁଡିଙ୍କଠାରୁ ମଧ୍ୟ ଏହି ଭୂତାଣୁ ବ୍ୟାପିଥାଇପାରେ।

Comments are closed.