Latest Odisha News

BREAKING NEWS

କୁସୁମା ପାର୍କ ଭିତରେ ବଙ୍ଗଳା କାହାର, ତଦନ୍ତ ନିର୍ଦ୍ଦେଶ

ଯାଜପୁର: କୁସୁମା ପାର୍କ ଭିତରେ ଥିବା ଆଲିସାନ ବଙ୍ଗଳା କାହାର? କୁସୁମାର ଆଲିସାନ ବଙ୍ଗଳାକୁ ନେଇ ଯାଜପୁର ପୌରପାଳିକାକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । କିଏ, କାହିଁକି ଓ କେଉଁ ସଂସ୍ଥା ଏହାକୁ ନିର୍ମାଣ କରିଛି ତାହା ଯଥା ଶୀଘ୍ର ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କାମର ସ୍ୱଚ୍ଛତା ଓ ବୈଧତା ନେଇ ତଦନ୍ତ ହେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ସୂଚନା ଅନୁସାରେ, ଧର୍ମଶାଳାର ବଲ୍ଲେ ବଲ୍ଲେ ଢାବା ପରେ ଯାଜପୁର କୁସୁମା ବଙ୍ଗଳାକୁ ନେଇ ବିବାଦ ଉଠିଛି । ଯାଜପୁର ପୌରପାଳିକା ଅଧୀନରେ ଥିବା କୁସୁମା ପାର୍କ ଭିତରେ ତିଆରି ହୋଇଛି ଏକ ବିଳାସପୂର୍ଣ୍ଣ ବଙ୍ଗଳା। ଯାହାକୁ ନେଇ ସ୍ଥାନୀୟ ଲୋକେ ସାଂଘାତିକ ଅଭିଯୋଗ କରିଛନ୍ତି । କଥା ଉଠିଛି, ଏଠାରେ ଦାମି ଗାଡି ଲାଗୁଥିଲା । ମଉଜ ମଜଲିସ କରୁଥିଲେ ବାବୁ। ଅଭିଯୋଗର ସତ୍ୟତା କେତେ ଜଣାପଡିନଥିଲେ ବି ତଦନ୍ତ ପାଇଁ ଦାବି ତେଜିଛି ।

ଯାଜପୁର ପୌରପାଳିକା ଅଧୀନରେ ରହିଥିବା କୁସୁମା ପରିସରକୁ ଯିବା ପାଇଁ ୩୦ଟଙ୍କା ଦେବାକୁ ପଡୁଥିଲା । ତେବେ ବଙ୍ଗଳାକୁ ଯିବାକୁ କାହାକୁ ଅନୁମତି ମିଳୁନଥିବା କୁହାଯାଉଛି । ବଙ୍ଗଳାରେ ଶୀତତାପ ନିୟନ୍ତ୍ରିତ କୋଠରି ସାଙ୍ଗକୁ ବହୁ ମୂଲ୍ୟବାନ ଆସବାବପତ୍ର ରହିଥିବା କୁହାଯାଉଛି । ନବୀକରଣ ଆଳରେ ୫ମାସ ଧରି କୁସୁମା ଭିତରକୁ ପର୍ଯ୍ୟଟକଙ୍କ ଛଡା ଯାଇନଥିଲା । ଫାଟକ ବନ୍ଦ ରଖି ବିଳାସପୂର୍ଣ୍ଣ ବଙ୍ଗଳା ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି ।

Leave A Reply

Your email address will not be published.