Latest Odisha News

କରୋନା ଭାଇରସର କାୟା ବିସ୍ତାର; ଗ୍ଲୋବାଲ୍ ଇମରଜେନ୍ସି ଘୋଷିତ କଲା ଡବ୍ଲୁଏଚଓ

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରୁଥିବା ମାରାତ୍ମକ ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୨୩୧କୁ ଛୁଇଁଛି । ଏହାର ପ୍ରଭାବରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏହାକୁ ଗ୍ଲୋବାର ଇମରଜେନ୍ସି ଭାବେ ଘୋଷିତ କରାଯାଇଛି।

ପ୍ରାପ୍ତ ସୂଚନାନୁଯାୟୀ କରୋନା ଭାଇରସ୍ ଦ୍ୱାରା ସଂକ୍ରମିତଙ୍କ ସଂଖ୍ୟା ୯ ହଜାରରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ଏହାର ମୁଖ୍ୟକେନ୍ଦ୍ର ପାଲଟିଛି ହୁବଇର ବୁହାନ ସହର । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସେଠାକୁ ଡାକ୍ତରୀ ଟିମ୍ ପଠାଇବା ଲାଗି ପ୍ରସ୍ତୁତି ଜାରି ରହିଛି । ବର୍ତ୍ତମାନ ସମୟରେ ଚୀନ ମାର୍କେଟରେ ଜୀବଜନ୍ତୁ ବ୍ୟାପାର ଉପରେ ରୋକ୍ ମଧ୍ୟ ଲଗାଯାଇଛି ।

ବର୍ତ୍ତମାନ ସମୟରେ ଜାପାନ, ଜର୍ମାନୀ, ଆମେରିକା, ଦକ୍ଷିଣ କୋରିଆ ଓ ଭାରତ ସମେତ ୧୮ଟି ଦେଶରେ ଏହି କରୋନା ଭାଇରସର ସଂକ୍ରମଣ ମାମଲା ନଜରକୁ ଆସିଛି । ଯାହା ଫଳରେ କରୋନା ଭାଇରସକୁ ଗ୍ଲୋବାଲ୍ ଇମରଜେନ୍ସି ଘୋଷିତ କରାଯାଇଥିବା ନେଇ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି ।

ଆହୁରି ମଧ୍ୟ ବିଶ୍ୱ ସ୍ଥାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ)ର ମୁଖ୍ୟ ଟେଡରୋସ୍ ଅଧନମ ଘେବେୟସୁ ସୂଚନା ଦେଇ କହିଛନ୍ତି, ଚୀନରେ କରୋନା ଭାଇରସ୍ ବ୍ୟାପୁଥିବା ଯୋଗୁଁ ଆମେ ଏହାକୁ ଗ୍ଲୋବାଲ୍ ଇମରଜେନ୍ସି ଘୋଷିତ କରିନାହୁଁ ବରଂ ଏହା ବିଶ୍ୱର ଅନ୍ୟ ଦେଶମାନଙ୍କରେ ବ୍ୟାପୁଥିବା ଯୋଗୁଁ ଏଭଳି ଘୋଷଣା କରାଯାଇଛି ।

ଏବେ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଏକଜୁଟ ହୋଇ ଏହାର ମୁକାବିଲା କରିବା ଲାଗି ପ୍ରୟାସ କରିବେ । ଯେଉଁଥିପାଇଁ ଆର୍ଥୀକ ସହାୟତା ମଧ୍ୟ ଡବ୍ଲୁଏଚଓ ଯୋଗାଇବ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ।

Leave A Reply

Your email address will not be published.