Latest Odisha News

BREAKING NEWS

ମଙ୍କିପକ୍ସକୁ ସ୍ୱାସ୍ଥ୍ୟ ଏର୍ମଜେନ୍ସି ଭାବେ ଘୋଷଣା କଲା ହୁ

ଜେନେଭା: ମଙ୍କିପକ୍ସର ସଂକ୍ରମଣ ବିଶ୍ୱରେ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛି । ହୁ ଏବେ ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ଏର୍ମଜେନ୍ସି ଭାବେ ଘୋଷଣା କରିଛି । ଲୋକମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ରିପୋର୍ଟ ମୁତାବକ ଇତି ମଧ୍ୟରେ ବିଶ୍ୱରେ ୭୫ରୁ ଅଧିକ ଦେଶରେ ଏହା ବ୍ୟାପିବା ସହ ୧୬ ହଜାର ପାଖାପାଖି ମାମଲା ଚିହ୍ନଟ ହୋଇସାରିଛି । ୫ଜଣଙ୍କ ମୃତ୍ୟୁ ମଙ୍କିପକ୍ସ ଯୋଗୁ ହୋଇଥିବା ସ୍ପଷ୍ଟ କରାଯାଇଛି । ୟୁରୋପରେ ସ୍ଥିତି ଚିନ୍ତାଜନକ ଥିବା ବେଳେ ଅନ୍ୟ ସ୍ଥାନରେ ଏବେ ଏହା ନିୟନ୍ତ୍ରଣରେ ରହିଛି ବୋଲି ହୁ ପକ୍ଷରୁ କୁହାଯାଇଛି । ସମଲିଙ୍ଗୀ ପୁରୁଷଙ୍କ କ୍ଷେତ୍ରରେ ଏହା ଦ୍ରୁତ ବେଗରେ ବ୍ୟାପୁଛି ।

ପୂର୍ବରୁ ହୁ ଏହାକୁ ହେଲ୍‌ଥ ଏର୍ମଜେନ୍ସି ଭାବେ ଘୋଷଣା କରିବାକୁ ମନା କରିଥିଲା । ଭାରତରେ ଏ ପର୍ଯ୍ୟନ୍ତ ୩ଟି ମଙ୍କିପକ୍ସ କେସ ସାମ୍ନାକୁ ଆସିଛି । ୟୁରୋପରେ ଏହା ବ୍ୟାପୁଥିବାରୁ ଖୁବ ଶୀଘ୍ର ସାରା ବିଶ୍ୱରେ ପ୍ରଭାବ ବିସ୍ତାର କରିବା ଆଶଙ୍କା ଦେଖାଦେଇଛି । ଏହା ଯେପରି ମହାମାରୀ ରୂପ ନ ନେବ ସେଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ହୁ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.