Latest Odisha News

BREAKING NEWS

କରୋନା ମୃତ୍ୟୁ ସହାୟତା ମିଳିବ ୫୦ ହଜାର

ଗଞ୍ଜାମ : କରୋନାରେ ମୃତକଙ୍କ ପରିବାରକୁ ମିଳିବ ଅନୁକମ୍ପା ମୂଳକ ସହାୟତା  ୫୦ ହଜାର ଟଙ୍କା  l ବୁଧବାର ଠାରୁ ମୃତକଙ୍କ ପରିବାର ଲୋକ ଜିଲ୍ଲାପାଳଙ୍କ ଅଫିସରେ ଅଫଲାଇନ କିମ୍ବା ଅନ ଲାଇନରେ hppps://caps. Odisha. Gov. Inରେ ଆବେଦନ କରିବେ l  ଏନେଇ ମଙ୍ଗଳବାର ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିଡିଓ କନଫେରନ୍ସ ଜରିଆରେ ବିଭାଗୀୟ  ଅଧିକାରୀମାନଙ୍କ ସହ  ଆଲୋଚନା କରିଥିଲେ l

ଏଥିପାଇଁ କେଉଁ ଅଧିକାରୀମାନେ ନିଜ କାମ ସାରିବେ ସେ ନେଇ ଜିଲ୍ଲାପାଳ ଆଲୋଚନା କରିଥିଲେ l ଉଭୟ ଇଂରାଜୀ ଓ ଓଡ଼ିଆରେ ଆବେଦନ କରିପାରିବେ ମୃତକ ପରିବାର ଲୋକେ l ଆବେଦନ ସମୟରେ କରୋନା ମୃତ୍ୟୁର ପ୍ରମାଣ ପତ୍ର ସହ ଅନ୍ୟାନ୍ୟ କାଗଜ ପତ୍ର ଦାଖଲ କରିବେ l ସମସ୍ତ କାଗଜ ପତ୍ର ଅପଲୋଡ଼ ହେବା ପରେ  ତଦାରଖ ସହ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିବେ l ପରେ ତହସିଲଦାର ଓ ଆରଆଇ ନିଜେ ଆବେଦନକାରୀଙ୍କ ପାଖକୁ ଯାଇ ବିଭିନ୍ନ ତଥ୍ୟ ସଂଗ୍ରହ କରିବେ l

ଏହା ପରେ ତହସିଲଦାର ସମସ୍ତ କାଗଜ ପତ୍ରକୁ ଉପଜିଲ୍ଲାପାଳଙ୍କ ନିକଟକୁ ପଠାଇବେ l ଉପଜିଲ୍ଲାପାଳ ଏହାକୁ ଯାଞ୍ଚ କରି ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ l ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଆବେଦନକାରୀ କାଗଜ ତନଖି ଦେଖିବା ସହ ଜିଲ୍ଲାପାଳଙ୍କ ନିକଟକୁ ପଠାଇବେ l ଜିଲ୍ଲାରେ ଏଥି ସକାଶେ ଜଣେ ନୋଡାଲ ଅଫିସର ରହିବେ l

Comments are closed.