Latest Odisha News

BREAKING NEWS

କୋଭାକ୍ସିନକୁ କେବେ ମିଳିବ ‘ହୁ’ର ଅନୁମତି?; ବିଳମ୍ବରେ ଆସିପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଭାରତୀୟ ଟିକା ଉତ୍ପାଦନକାରୀ କମ୍ପାନୀ ଭରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ (EUA) କୁ ଆହୁରି ବିଳମ୍ବ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ରିପୋର୍ଟ ଅନୁଯାୟୀ ଯେ ବିଶ୍ୱ ସ୍ୱାସ୍ଥ୍ୟ ୱାଚଡଗ୍ ଭାରତ ବାୟୋଟେକକୁ ଅଧିକ ବୈଷୟିକ  ସମସ୍ୟା ସଂକ୍ରାନ୍ତ ପ୍ରଶ୍ନ ପଠାଇଛି।

ଭାରତ ବାୟୋଟେକ୍ ଦାବି କରିଛି ଯେ କୋଭାକ୍ସିନ୍ କ୍ଲିୟରାନ୍ସ ପାଇଁ ଆବଶ୍ୟକ ସମସ୍ତ ତଥ୍ୟ ଦାଖଲ କରିଛି।  ତେବେ ଟିକାର ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣରେ ବିଳମ୍ବ ବିଦେଶ ଯାତ୍ରା କରିବାକୁ ଯୋଜନା କରୁଥିବା ଭାରତୀୟ, ବିଶେଷକରି ଛାତ୍ରମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ।

EUAର ଅନୁମତି ବିନା ଭାରତ ବାୟୋଟେକ୍ ଉତ୍ପାଦିତ କୋଭାକ୍ସିନ୍ ବିଶ୍ବର ଅଧିକାଂଶ ଦେଶ ଦ୍ୱାରା ଗ୍ରହଣୀୟ ହେବ ନାହିଁ ବୋଲି ଜଣାପଡ଼ିଛି।

ତେବେ ନିକଟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଥିଲା ଯେ ବିଶ୍ବ ସଂସ୍ଥା ଖୁବ୍ ଶୀଘ୍ର କୋଭାକ୍ସିନ୍‌କୁ ଅନୁମତି ଦେବାର ସମ୍ଭାବନା ରହିଛି।

Leave A Reply

Your email address will not be published.