Latest Odisha News

BREAKING NEWS

ଅଲ ଜବାହିରିର ଲୋକେସନ ଆମେରିକାକୁ ଦେଲା କିଏ?

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଆଫଗାନିସ୍ତାନର ରାଜଧାନୀ କାବୁଲରେ ଲୁଚି ରହିଥିବା ଅଲ ଜବାହିରିର ଲୋକେସନ କିଏ ଆମେରିକାକୁ ଦେଲା । ତାକୁ ନେଇ ଏବେ ଟଣା ଓଟରା ଚାଲିଛି । ତାଲିବାନ ନିଜ ଉପରୁ ଦୋଷ ଛଡାଇ ପାକିସ୍ତାନ ଏପରି କରିଛି ବୋଲି କହୁଥିବାବେଳେ ପାକିସ୍ତାନ ଏପରି କିଛି କରିନଥିବା କହିଛି । ସେପଟେ ହକାନି ଗ୍ରୁପ ଅଲକାଏଦା ମୁଖ୍ୟ ମରିବା ପରେ ପୁରା ନିରବ ହୋଇପଡ଼ିଛି । ଅନେକ ବର୍ଷ ଲୁଚିବା ପରେ ଏପରି ଅଚାନକ ଅଲ ଜବାହିରି ର ମୃତ୍ୟୁ ହୋଇଯିବ ବୋଲି କେହି ବି ବିଶ୍ବାସ କରୁନଥିଲେ ।  ଆମେରିକା ଡ୍ରୋନ ଆକ୍ରମଣ କରି ଆଲକାଇଦା ମୁଖ୍ୟ ଅୟମନ ଅଲ ଜବାହିରିକୁ ହତ୍ୟା କରାଯିବା ଘଟଣାରେ ହକାନି ପରିବାରର ଅନେକ ସଦସ୍ୟ ମଧ୍ୟ ମରିଛନ୍ତି । ଆଫଗାନିସ୍ତାରେ ମନ୍ତ୍ରୀ ଥିବା ଜଲାଲୁଦ୍ଦିନଙ୍କ ପୁଅ ସିରାଜୁଦ୍ଦିନ ହକାନିଙ୍କ ପରିବାରର  କେତେକ ସଦସ୍ୟ ରହୁଥିଲେ । ଆମେରିକା ଆକ୍ରମଣରେ ଉକ୍ତ ପରିବାରର କିଛି ସଦସ୍ୟ ପ୍ରାଣ ହରାଇଛନ୍ତି ।

ହକାନି ନେଟଓ୍ବାର୍କ ହେଉଛି ଜାତିସଂଘ ଦ୍ବାରା ନିଷିଦ୍ଧ ଘୋଷିତ ଏକ ଆତଙ୍କବାଦୀ ସଂଗଠନ । ଗତ ବର୍ଷ ଆଫଗାନିସ୍ତାନରେ ତାଲିବାନ ସରକାର ଆସିବା ପରେ ଏହି ନେଟଓ୍ବାର୍କକୁ କେତେକ ପ୍ରଭାବଶା​ଳୀ ପଦ ମିଳିଥିଲା ।  ସିରାଜୁଦ୍ଦିନ ହକାନି ଏବେ ତାଲିବାନ ସରକାରରେ ଉପମୁଖ୍ୟ ତଥା ଗୃହ ମନ୍ତ୍ରୀ ଅଛନ୍ତି । ତେବେ ଆଫଗାନିସ୍ତାନ ଗୃହ ବିଭାଗ ପକ୍ଷରୁ ଜବାହିରିର ଲୋକେସନ ଆମେରିକାକୁ ଦିଆଯାଇଥିବା ମଧ୍ୟ କିଛି ସୂତ୍ର କହୁଛି । ଆଉ କିଛି ବିଦେଶୀ ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ ଆଫଗାନିସ୍ତାନର ବୖଦେଶିକ ବିଭାଗର କିଛି ଅଧିକାରୀ ଏହି ଗୁପ୍ତ ସୂଚନା ଦେଇଛନ୍ତି । ତେବେ କିଏ ଦେଇଛି ତାହା ଆମେରିକା ପକ୍ଷରୁ ପ୍ରକାଶ କରାଯାଇନାହିଁ । ତେବେ ଆର୍ଥିକ ଲାଭ ପାଇବା ଆଶାରେ ପାକିସ୍ତାନ ଏପରି କରିଥିବା ସନ୍ଦେହ ପ୍ରକାଶ ପାଇଛି ।

Comments are closed.