Latest Odisha News

ବଟର ଚିକେନ, ଦାଲ ମଖନୀ ପ୍ରଥମେ କିଏ ତିଆରି କରିଥିଲେ, କେସ ଏବେ କୋର୍ଟରେ

ନୂଆଦିଲ୍ଲୀ: ବଟର ଚିକେଲ ଓ ଦାଲ ମାଖନୀ ପ୍ରଥମେ କିଏ ତିଆରି କରିଥିଲେ ସେ ନେଇ ୨ ହୋଟେଲ ମଧ୍ୟରେ ଅଶାନ୍ତି ଉପୁଜିଛି । ଏବେ ଏହି କେସ କୋର୍ଟରେ ପଂହଚିଛି । ଟ୍ୟାଗଲାଇନ ଉଭୟ ହୋଟେଲ ମଧ୍ୟରେ ଏହି ଲଢ଼େଇ ଆରମ୍ଭ ହୋଇଛି । ଦରିଆଗଂଜ ହୋଟେଲର ମାଲିକ ବିରୋଧରେ ମୋତି ମହଲ ଏହି କେସ କରିଛି । ଆମ ସହିତ ସମ୍ପର୍କ ସ୍ଥାପନ କରି ଦରିୟାଗଂଜର ଏହି ହୋଟେଲ ଗ୍ରାହକଙ୍କୁ ଭୂଲ ତଥ୍ୟ ପ୍ରଦାନ କରୁଛି । ମାସକ ମଧ୍ୟରେ ଏ ସମ୍ପର୍କରେ ଜବାବ ଦାଖଲ କରିବା ପାଇଁ ବିଚାରପତି ସଞ୍ଜୀବ ନରୁଲା ନିର୍ଦ୍ଦେଶ ଦେଇଛନ୍ତି ।

ମୋତି ମହଲ ଅନୁସାରେ ସଂସ୍ଥାପକ କୁନ୍ଦଲ ଲାଲ ଗୁଜରାଲ ପ୍ରଥମେ ଏହି ଦୁଇ ଡିସ ପ୍ରସ୍ତୁତ କରିଥିଲେ । ଥରେ ତନ୍ଦୁରୀ ଚିକେନ ବିକ୍ରି ନ ହୋଇ ବଳି ପଡିଥିଲା । କୁନ୍ଦଲ ଲାଲ ବୁଦ୍ଧି ପ୍ରୟୋଗ କରି ବଟର ଚିକେନ ପ୍ରସ୍ତୁତ କରିଥିଲେ । ଯାହା ପରେ ବେଶ ଲୋକପ୍ରିୟ ହୋଇଥିଲା । ଅପରପକ୍ଷରେ କୁନ୍ଦଲ ଲାଲ ଜଗୀ ଏହି ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ ବୋଲି ଦରିୟାଗଂଜ ପକ୍ଷରୁ ଦାବୀ କରାଯାଇଛି ।

ପାକିସ୍ତାନର ପେଶାୱାରରେ ଗୁଜରାଲ ଓ ଜଗୀ ଏକତ୍ର ଭାବେ ଏକ ହୋଟେଲ ଅଧୀନରେ କାମ କରୁଥିଲେ । ପରେ ସେମାନେ ଅଲଗା ହୋଇ ଯାଇଥିଲେ । ମେ ୨୯ରେ ଏହାର ପରବର୍ତୀ ଶୁଣାଣୀ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି ।

Comments are closed.