ନୂଆଦିଲ୍ଲୀ: ସଲମାନ ଖାନ ପରେ ଏବେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହାବୁଡରେ ୧୦ ବର୍ଷୀୟ କୁନି ପ୍ରବଚକ ଅଭିନବ ଆରୋରା। ଅଭିନବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହତ୍ୟା ଧମକ ଦେଇଛି। ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିନବଙ୍କ ମାଆ ଥାନାରେ ଅଭିଯୋଗ କରିଛନ୍ତି। ମେସେଜ୍ ଯୋଗେ ହତ୍ୟା ଧମକ ମିଳିଥିବା ନେଇ ଅଭିନବଙ୍କ ମାଆ ଥାନାରେ ଏତଲା ଦେଇଛନ୍ତି।
‘ବାଲ ସନ୍ଥ ବାବା’ ଅଭିନବ ଆରୋରା କୁଖ୍ୟାତ ଲରେନ୍ସ ବିଷ୍ଣୁଙ୍କ ଗ୍ୟାଙ୍ଗରୁ ମୃତ୍ୟୁ ଧମକ ପାଇଥିଲେ ବୋଲି ତାଙ୍କ ପରିବାର ସୋମବାର ଦାବି କରିଛନ୍ତି। ଅଭିନବଙ୍କ ମାଆ ଜ୍ୟୋତି ଆରୋରା ମିଡିଆକୁ ସାକ୍ଷାତରେ କହିଛନ୍ତି ଯେ ତାଙ୍କ ପୁଅ ଭକ୍ତି ବ୍ୟତୀତ ଅନ୍ୟ କିଛି କରିନାହାଁନ୍ତି। କିନ୍ତୁ ତାଙ୍କୁ ଏବେ ହତ୍ୟା ଧମକ ମିଳୁଛି, ଯାହା ସହ୍ୟ କରିବାକୁ ପଡୁଛି।
ଅଭିନବଙ୍କ ମାଆ କହିଛନ୍ତି, “ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଅଭିନବଙ୍କୁ ମାରି ଦେବାକୁ ହତ୍ୟା ଧମକ ଦେଇଛନ୍ତି। ଗତକାଲି ରାତିରେ ଆମକୁ ଏକ ନମ୍ବରରେ କଲ୍ ଆସିଥିଲା, କଲ୍ ରିସିଭ୍ କରି ନପାରିବାରୁ ପର ଦିନ ସକାଳେ ସେହି ନମ୍ବରରେ ମେସେଜ କରି ହତ୍ୟା ଧମକ ଦିଆଯାଇଛି। ମେସେଜରେ ସେମାନେ ଅଭିନବଙ୍କୁ ମାରିଦେବାକୁ ଧମକ ଦେଇଛନ୍ତି।”
ସ୍ୱାମୀ ରାମଭଦ୍ରାଚାର୍ଯ୍ୟ ଏବଂ ଅଭିନବଙ୍କ ଏକ ଭିଡିଓ ଭାଇରଲ୍ ହେବା ପରେ ଅଭିନବ ଚର୍ଚ୍ଚାକୁ ଆସିଛନ୍ତି। ଏକ ଭାଇରଲ ଭିଡିଓରେ ରାମଭଦ୍ରାଚାର୍ଯ୍ୟ ଅଭିନବଙ୍କୁ ମଞ୍ଚ ଉପରେ ଗାଳି କରୁଥିବା ଦେଖିବାକୁ ମିଳୁଛି। ଏହା ପରେ ଅଭିନବ ଆରୋରା ଜଣେ ମୁର୍ଖ ବୋଲି କହିଥିଲେ ସ୍ୱାମୀ ରାମଭଦ୍ରାଚାର୍ଯ୍ୟ। ଏହା ପୂର୍ବରୁ ଅଭିନବ ୭ ୟୁଟୁବରଙ୍କ ବିପକ୍ଷରେ ଅଭିଯୋଗ କରିଥିଲେ। ଅଭିନବଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତମାନେ ଅଭିନବଙ୍କୁ ବଦନାମ କରିବା ଏବଂ ହଇରାଣ କରିବା ପାଇଁ ଏଭଳି କାମ କରିଛନ୍ତି। ତାଙ୍କ ପରିବାର ଲୋକଙ୍କ ମଜାକ୍ ଉଡାଯାଉଛି। ଯାହାଦ୍ବାରା ପରିବାରର ମାନସିକ ଶାନ୍ତି କ୍ଷୁର୍ଣ୍ଣ ହେଉଛି।
ସୂଚନା ଥାଉକି ଅଭିନବ ଆରୋରା ଦିଲ୍ଲୀର ଜଣେ ଆଧ୍ୟାତ୍ମିକ ବିଷୟବସ୍ତୁ ସୃଷ୍ଟିକର୍ତ୍ତା(ସ୍ପିରିଚୁଆଲ କଣ୍ଟେଣ୍ଟ କ୍ରିଏଟର୍ସ) ଯିଏ ଦାବି କରିଥିଲେ ଯେ ତାଙ୍କର ଆଧ୍ୟାତ୍ମିକ ଜାଗରଣ ତିନି ବର୍ଷ ବୟସରେ ଆରମ୍ଭ ହୋଇଥିଲା। ସେବେଠାରୁ ସେ ଠାକୁର ଉପରେ ପ୍ରବଚନ ଦେବା ଆରମ୍ଭ କରିଛନ୍ତି। ସେ ବର୍ତ୍ତମାନ ପ୍ରସିଦ୍ଧ କୁନି ପ୍ରବଚକ ଭାବେ ବେଶ ଜଣାଶୁଣା।
Comments are closed.