ଅହମ୍ମଦାବାଦ: ସେହି ଲୋକଙ୍କୁ ବୟସ ପ୍ରଭାବିତ କରେ ଯିଏ ସ୍ୱପ୍ନକୁ ମାରିଦିଏ । ବୟସ ଏକ ସଂଖ୍ୟା ବୋଲି ଅହମ୍ମଦାବାଦର ୮୭ ବର୍ଷୀୟା ଜେଜେ ମାଆ ମନ୍ଦାକିନୀ ଶାହା ପ୍ରମାଣିତ କରିଛନ୍ତି । ଯେଉଁ ବୟସରେ ସମସ୍ତେ ମାନସିକ ସ୍ତରରେ ଦୁର୍ବଳ ହୋଇଥାନ୍ତି ସେହି ବୟସରେ ମନ୍ଦାକିନୀ ନିଜ ସାନ ଭଉଣୀ ସହ ବାଇକ ଚଳାଇବାର ମଜା ଉଠାଉଛନ୍ତି । ସେ ଏବେ ବାଇକର ଦାଦୀ ଭାବେ ପରିଚିତ ହୋଇଛନ୍ତି । ଶୋଲେ ଷ୍ଟାଇଲରେ ସେମାନେ ଯେତେବେଳେ ବାଇକ ଚଳାଇ ବାହାରି ପଡନ୍ତି ଭିନ୍ନ ପ୍ରକାରର ବାତାବରଣ ସୃଷ୍ଟି ହୋଇଥାଏ ।
ସ୍କୁଟିର ସାଇଡରରେ ବସି ଉଷା ହାତ ହଲାଇଥାନ୍ତି । ସହରର ପରିକ୍ରମା କରିବା ସହ ସେମାନେ ମାର୍କେଟିଂ କରିଥାନ୍ତି । ଦୁଇଜଣଙ୍କୁ ଦେଖିଲେ ଶୋଲେ ଫିଲ୍ମର ଜୟ-ବୀରୁଙ୍କ ଚରିତ ମନେ ପଡିଥାଏ । ମନ୍ଦାକିନୀଙ୍କ କହିବା ଅନୁସାରେ ଜୀବନକୁ ଶେଷ ପର୍ଯ୍ୟନ୍ତ ଉପଭୋଗ କରିବା ଜରୁରୀ । ସମସ୍ତଙ୍କ ଜୀବନରେ ସମସ୍ୟା ରହିଛି । ଏଥିରେ ବାନ୍ଧି ହୋଇଗଲେ ସବୁ କିଛି ଶେଷ ହୋଇଯିବ । ସେ ସମାଜସେବା, ଶିକ୍ଷା କ୍ଷେତ୍ରରେ ସର୍ବଦା କାର୍ଯ୍ୟ କରିଥାନ୍ତି । ମନ୍ଦାକିନୀଙ୍କ ଆତ୍ମବିଶ୍ୱାସ ଅନେକଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି ।
Comments are closed.