Latest Odisha News

BREAKING NEWS

କେନ୍ଦ୍ରାପଡ଼ା ଲୋକସଭା ଆସନ: ପ୍ରାର୍ଥୀ ଖୋଜୁଛନ୍ତି ବିରୋଧୀ, ବିଜେଡ଼ି ନିକଟରେ ଲମ୍ବା ତାଲିକା

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଲୋକସଭା ଆସନକୁ ନେଇ ଏବେ ତିନି ଦଳ ଦ୍ୱନ୍ଦ୍ୱରେ। ଗତ ନିର୍ବାଚନରେ ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅନୁଭବ ମହାନ୍ତିଙ୍କୁ ଦଳ ଦ୍ୱନ୍ଦ୍ୱରେ ରହିଛି। ତାଙ୍କୁ ରିପିଟ କରିବ ନା ନୂଆ ମୁଁହ ଦେବ ସେନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ସେହିପରି ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ବୈଜୟନ୍ତ ପଣ୍ଡାଙ୍କୁ ନୂଆ ଦାୟିତ୍ୱ ମିଳିଥିବା ବେଳେ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଉପୁଜିଛି। କଂଗ୍ରେସ ମଧ୍ୟ ନୂଆ ମୁହଁ ଦେବାକୁ ଯୋଜନା କରୁଥିବା ନେଇ ଦଳୀୟ କ୍ୟାମ୍ପରେ ଟର୍ଟ୍ଟା ହେଉଛି।

କେନ୍ଦ୍ରାପଡ଼ା ଆସନ ହେଉଛି ରାଜ୍ୟର ଏକ ସମ୍ମାନଜନକ ତଥା ଗୁରୁତ୍ତ୍ୱପୂର୍ଣ୍ଣ ଲୋକସଭା ଆସନ। ଏହି ଆସନ ପାଇଁ ବର୍ତ୍ତମାନ ତିନି ପ୍ରମୁଖ ଦଳ ପ୍ରାର୍ଥୀଙ୍କୁ ନେଇ ଦ୍ୱନ୍ଦ୍ୱରେ ରହିଛନ୍ତି। ବିରୋଧୀ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଖୋଜୁଥିବା ବେଳେ ବିଜେଡ଼ି ମଧ୍ୟ ନୂଆଁ ମୁଁହ ଦେବ ବୋଲି ଚର୍ଚ୍ଚା ଜୋର ଧରିଛି। କେନ୍ଦ୍ରାପଡ଼ାରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠାକୁ ଚର୍ଚ୍ଚା ଚାଲିଥିବା ବେଳେ ଆଗାମୀ ନିର୍ବାଚନରେ ସ୍ଥାନୀୟ ପ୍ରସଙ୍ଗ ବି ତିନି ରାଜନୈତିକ ଦଳ ପାଇଁ ପ୍ରମୁଖ ପ୍ରସଙ୍ଗ ପାଲଟିବ ବୋଲି କୁହାଯାଉଛି।

ନିକଟରେ କଂଗ୍ରେସର ଟାଣୁଆ ନେତା ଅଂଶୁମାନ ମହାନ୍ତି ଗତ ୧୬ ତାରିଖରେ ବିଜେଡ଼ିରେ ଯୋଗଦେଇଛନ୍ତି। ସେହିପରି ଶୁଣିବାକୁ ମିଳୁଛି ଯେ ଆଗାମୀ କିଛି ଦିନ ମଧ୍ୟରେ କଂଗ୍ରେସର ଅନ୍ୟ ଜଣେ ଟାଣୁଆ ନେତା ଗଣେଶ୍ୱର ବେହେରା ମଧ୍ୟ ବିଜେଡ଼ିରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି। ଗଣେଶ୍ୱର ଯଦି ବିଜେଡ଼ିରେ ଯୋଗ ଦେଉଛନ୍ତି ତେବେ ଜିଲ୍ଲାରେ କଂଗ୍ରେସ ପାଇଁ ବହୁ ବଡ଼ କ୍ଷତି ହେବ ବୋଲି ଜିଲ୍ଲାରେ ରାଜନୈତିକ ଆଲୋଚନାକୁ ଖୋରାକ ଯୋଗାଇଛି। ଯଦିଓ ପୂର୍ବ ଦୁଇଟି ନିର୍ବାଚନରେ ଧରଣୀଧର ନାୟକଙ୍କୁ ପ୍ରାର୍ଥୀ କରି ନିର୍ବାଚନ ବୈତରଣୀ ପାର ହେବାକୁ ପ୍ରୟାସ କରି ଆସିଛି କଂଗ୍ରେସ। କିନ୍ତୁ ଏହି ଦୁଇ ଟାଣୁଆ ନେତାଙ୍କ (ଯଦି ଗଣେଶ୍ୱର ଦଳ ପରିବର୍ତ୍ତନ କରନ୍ତି) ଦଳ ପରବର୍ତ୍ତନ ଆଗାମୀ ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ଉପରେ ନିଶ୍ଚିତ ଭବେ ପ୍ରଭାବ ପକାଇବ ବୋଲି ରାଜନୈତିକ ଚର୍ଚ୍ଚା ଜୋର ଧରିଛି।

ତେବେ ବିଗତ ଦୁଇଟି ଲୋକସଭା ନିର୍ବାଚନରେ ଧରଣୀଧରଙ୍କୁ କଂଗ୍ରେସ ପ୍ରାର୍ଥୀ କରୁଥିବା ବେଳେ ଆଗାମୀ ନିର୍ବାଚନରେ ଦଳ ନୂଆ ମୁଁହ ଦେଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। ଏହା ଉପରେ ଗତ କିଛି ଦିନ ତଳେ ଏକ ଭଲ ବ୍ୟକ୍ତିତ୍ଵ ଲୋକପ୍ରିୟତା ଥିବା ବ୍ୟକ୍ତିକୁ ପ୍ରାର୍ଥୀ କରିବା ସହ ସାତୋଟି ବିଧାନସଭାରେ ସଠିକ୍ ପ୍ରାର୍ଥୀ ଚୟନ କରିବ। ଯିଏ କି ନିର୍ବାଚନରେ ବିଜୟ ଲାଭ କରି ପାରିବେ। ଗତ ନିର୍ବାଚନରେ ଦଳ ଖରାପ କରିଥିଲା କିନ୍ତୁ ଏଠାରେ କଂଗ୍ରେସର ଭଲ ଭୋଟ ରହିଛି ଚଳିତ ନିର୍ବଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଦଳୀୟ କ୍ୟାମ୍ପରେ ଚର୍ଚ୍ଚା ଜୋର ଧରିଛି।

ସେପଟେ ବିଜେପିର ପ୍ରାର୍ଥୀଙ୍କ ତାଲିକା ଉପରେ ଯଦି ନଜର ପକାଯାଏ ତେବେ ୨୦୧୯ ନିର୍ବାଚନରେ ବୈଜୟନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିଲା ବିଜେପି। ବୈଜୟନ୍ତ ୨୦୧୪ ଓ ୨୦୦୯ ମସିହାରେ ବୈଜୟନ୍ତ ବିଜେଡ଼ି ପକ୍ଷରୁ ନିର୍ବାଚନ ଲଢି ବିଜୟ ହାସଲ କରିଥିଲେ। କିନ୍ତୁ ୨୦୧୯ ମସିହାରେ ଦଳ ପରିବର୍ତ୍ତନ କରି ବିଜେପିରୁ ନିର୍ବାଚନ ଲଢି ବିଜେଡ଼ିର ଅନୁଭବ ମହାନ୍ତିଙ୍କ ନିକଟରୁ ଚେକ ଖାଇଥିଲେ। ବର୍ତ୍ତମାନ ବୈଜୟନ୍ତଙ୍କୁ ଉତ୍ତରପ୍ରଦେଶ ପ୍ରଭାରୀ ଦାୟିତ୍ୱ ଦେଇଛି ଦଳ। ଯାହା ଫଳରେ ଆଗାମୀ ନିର୍ବାଚନରେ ତାଙ୍କର ପ୍ରାର୍ଥତ୍ୱକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ତାଙ୍କ ସ୍ଥାନରେ ଦଳ ନୂଆ ମୁଁହକୁ ପ୍ରାର୍ଥୀ କରିବାକୁ ଯୋଜନା କରୁଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ବିଜେଡି ସ୍ଥିତି ମଧ୍ୟ ସମାନ। ଅଭିନେତାରୁ ନେତା ପାଲଟିଥିବା ଅନୁଭବ ମହାନ୍ତିଙ୍କୁ ପ୍ରାର୍ଥି କରି ବିପୁଳ ବ୍ୟବଧାନରେ ବିଜୟ ହାସଲ କରିଥିଲା ବିଜେଡ଼ି। ଅନୁଭବ ଏହି ନିର୍ବାଚନରେ ବିଜୟ ହାସଲ କରିବା ସହିତ ପାଖାପାଖି ୨୭ ହଜାର ଖଣ୍ଡ ଭୋଟ ୨୦୧୪ ନିର୍ବାଚନ ତୁଳନାରେ ଅଧିକ ପାଇଥିଲେ। ସେପଟେ ପ୍ରଥମ କରି ବିଜେଡିରୁ ପ୍ରାର୍ଥୀ ହୋଇ ଅନୁଭବ ମହାନ୍ତି ପ୍ରତ୍ୟକ୍ଷ ନିର୍ବାଚନର ପ୍ରଥମ ଏଣ୍ଟ୍ରିରେ ଭେଟେରାନ ବୈଜୟନ୍ତ ପଣ୍ଡାଙ୍କୁ ଚେକ୍ ଦେଇଥିଲେ। ଯାହା ଦଳର ହାଇକମାଣ୍ଡଙ୍କ ଗୁଡ଼ବୁକରେ ରହିଥିଲେ ଅନୁଭବ। କିନ୍ତୁ ଅନୁଭବଙ୍କ ପାରିବାରିକ ବିବାଦ ପରେ ଅନୁଭବଙ୍କ ଉପରୁ ହାଇକମାଣ୍ଡ ଆଶିର୍ବାଦର ହାତ ଉଠାଇ ନେଇଥିବା ନେଇ ଦଳୀୟ କ୍ୟାମ୍ପରେ ଚର୍ଚ୍ଚା ହେଉଛି। କେବଳ ଏତିକି ନୁହେଁ ସଂସଦୀୟ କ୍ଷେତ୍ରରେ ଅନୁଭବଙ୍କ ଅନୁପସ୍ଥିତି ମଧ୍ୟ ତାଙ୍କ ପାଇଁ କଣ୍ଟା ସାଜିଛି। ଫଳରେ ଆଗାମୀ ନିର୍ବାଚନରେ ତାଙ୍କର ପ୍ରାର୍ଥୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

ସୂଚନାଯୋଗ୍ୟ କେନ୍ଦ୍ରାପଡ଼ା ଲୋକସଭା ଆସନ ଅଧିନରେ ୭ଟି ବିଧାନସଭା ଆସନ ରହିଛି। ୫ଟି କେନ୍ଦ୍ରାପଡ଼ା ଜିଲ୍ଲାର ରହିଥିବା ବେଳେ ଦୁଇଟି କଟକର ରହିଛି। ସାଲେପୁର ଓ ମାହାଙ୍ଗ ଦୁଇଟି କଟକ ଜିଲ୍ଲାର ବିଧାସଭା ଆସନ ରହିଛି। ସେହିପରି କେନ୍ଦ୍ରାପଡ଼ର ପାଟକୁରା, କେନ୍ଦ୍ରାପଡ଼, ଆଳି, ରାଜନଗର, ମହାକାଳପଡ଼ା ଆସନ ରହିଛି। ଯଦି ଗତ ନିର୍ବାଚନର ଫଳାଫଳ ଉପରେ ନଜର ପକାଯାଏ ତେବେ ବିଜେଡି ପକ୍ଷରୁ ଅନୁଭବ ମହାନ୍ତି ୬୨୮୯୩୯ ଖଣ୍ଡ ଭୋଟ ପାଇଥିଲେ। ଏହା ସତ୍ତ୍ୱେ ୧.୮୫ ପ୍ରତିଶତ ଭୋଟ ୨୦୧୪ ନିର୍ବାଚନ ତୁଳନାରେ ବିଜେଡ଼ି ହରଇଥିଲା। ବିଜେଡ଼ିରୁ ବିଜେପିକୁ ଯାଇ ନିର୍ବାଚନ ଲଢିଥିବା ବୈଜୟନ୍ତ ପଣ୍ଡା କିନ୍ତୁ ୪୪୭୪୫୬ ଖଣ୍ଡ ଭୋଟ ପାଇଥିଲେ। ୨୦୧୪ ମସିହା ତୁଳନାରେ ୨୦୧୯ ମସିହା ନିର୍ବାଚନରେ ବିଜେପି ପାଖପାଖି ୨୮.୧୩ ପ୍ରତିଶତ ଅଧିକ ଭୋଟ ପାଇଥିଲା।

Leave A Reply

Your email address will not be published.