Latest Odisha News

BREAKING NEWS

ଆସନ୍ତୁ ଜାଣିବା ୨୦୦୦ କୋଟି ବଜେଟର ଫିଲ୍ମ କେବେ ହେବ ରିଲିଜ

ମୁମ୍ବାଇ: ହଲିଉଡ ଫିଲ୍ମମେକର କ୍ରିଷ୍ଟୋଫର ନୋଲନ ଏବେ ତାଙ୍କ ଆଗାମୀ ଫିଲ୍ମ ଦି ଓଡିସେକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ରିପୋର୍ଟ ମୁତାବକ ଫିଲ୍ମର ବଜେଟ ୨୦୦୦କୋଟିରୁ ଊର୍ଦ୍ଧ୍ୱ ହେବ । ପୂର୍ବରୁ ସେ ଓପନହାଇମର ପରି ଫିଲ୍ମ କରି ସାରା ବିଶ୍ୱରେ ପ୍ରଶଂସା ସାଉଁଟିଥିଲେ । ଏହା ବକ୍ସ ଅଫିସରେ ସେ ସମୟରେ ଝଡ ସୃଷ୍ଟି କରିଥିଲା । ଦି ଓଡିସେ ଫିଲ୍ମ ଏକ ପୌରାଣିକ କଥାବସ୍ତୁ ଉପରେ ଆଧାରିତ । ଏଥିରେ ଆକ୍ସନର ନୂଆ ରୋମାଂଚ ଦର୍ଶକମାନେ ପ୍ରଥମ ଥର ଦେଖିବାକୁ ପାଇବେ । ହୋମରଙ୍କ ପ୍ରସିଦ୍ଧ ଗ୍ରୀକ କବିତା ଉପରେ ଏହା ଆଧାରିତ ।

ଟ୍ରୟର ଐତିହାସିକ ଓ ଭୟଙ୍କର ଲଢ଼େଇ ଏଥିରେ ଦେଖିବାକୁ ମିିଳିବ । ଭାରତରେ ଏହି ଫିଲ୍ମ ୧୬ ଜୁଲାଇ ୨୦୨୬ ଓ ୟୁକେରେ ୧୭ ଜୁଲାଇରେ ରିଲିଜ ହେବ । ନୋଲାନ ୮ ଥର ଓସ୍କାର ପୁରସ୍କାର ଜିତିଛନ୍ତି । ନୋଲନ ଦି ଡାର୍କ ନାଇଟ, ଇସେପସନ, ଇଂଟରଷ୍ଟେଲର, ଦି ପ୍ରେସଟାଇଜ ଓ ଦି ଡାର୍କ ନାଇଟ ରାଇଜ ଭଳି ଫିଲ୍ମ କରିଛନ୍ତି । ଓପନହାଇମେର ଫିଲ୍ମ କରିବା ପରେ ନୋଲାନ ଡିପ୍ରେସନର ଶୀକାର ହୋଇଥିଲେ । ଏହାକୁ ମୁଣ୍ଡରୁ ବାହାର କରିବା ପାଇଁ ସେ ଏହି ଫିଲ୍ମ କରିବାକୁ ରାଜି ହୋଇଥିଲେ ।

Leave A Reply

Your email address will not be published.