Latest Odisha News

BREAKING NEWS

ଜଷ୍ଟିସ୍ ବି.ଭି. ନାଗରତ୍ନା ହୋଇପାରନ୍ତି ଦେଶର ପ୍ରଥମ ମହିଳା ସିଜେଆଇ

ନୂଆଦିଲ୍ଲୀ: ୨୦୨୭ରେ ଭାରତର ପ୍ରଧାନ ମହିଳା ବିଚାରପତି ହୋଇପାରନ୍ତି ଜଷ୍ଟିସ୍ ବିଭି ନାଗରତ୍ନା। ୨୦୨୭ ମସିହାରେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହେବାକୁ ପ୍ରସ୍ତୁତ ଅଛନ୍ତି। ଜଷ୍ଟିସ୍ ବିଭି ନାଗରତ୍ନା ବର୍ତ୍ତମାନ କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଅଛନ୍ତି।

BjdElectrycity

ଏ ନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ମଙ୍ଗଳବାର ସୁପ୍ରିମକୋର୍ଟର କଲେଜିୟମ ୯ ଜଣ ବିଚାରପତିଙ୍କ ନାମ ସୁପାରିଶ କରିଛନ୍ତି।

ଜଷ୍ଟିସ ନାଗରତ୍ନା ବେଙ୍ଗାଲୁରୁରେ ଓକିଲ ଭାବରେ ଆରମ୍ଭ କରିଥିଲେ। ଫେବୃଆରୀ ୨୦୦୮ରେ କର୍ଣ୍ଣାଟକ ଏଚସିରେ ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ଦୁଇ ବର୍ଷ ପରେ ତାଙ୍କୁ ସ୍ଥାୟୀ ବିଚାରପତି କରାଯାଇଥିଲା।

ଜଷ୍ଟିସ୍ ନାଗରତ୍ନାଙ୍କ ପିତା ଇଏସ୍ ଭେଙ୍କଟାରାମିଆ ୧୯୮୯ରେ ପ୍ରାୟ ଛଅ ମାସ ପାଇଁ ପ୍ରଧାନ ବିଚାରପତି ଥିଲେ। ଯଦି ୟୁନିୟନ୍‌ ଗର୍ଭନମେଣ୍ଟ ଦ୍ବାରା ଅନୁମୋଦନ ମିଳେ ତେବେ ୨୦୨୭ ମସିହାରେ ବିଭି ନାଗରତ୍ନା ଦେଶର ପ୍ରଥମ ସିଜେଆଇ ହେବ।

Leave A Reply

Your email address will not be published.