Latest Odisha News

BREAKING NEWS

କିଏ ସେ ମୁଜାମ୍ମିଲ….ଦୀପିକାଙ୍କୁ କରୁଥିଲେ ଡେଟ

ମୁମ୍ବାଇ: ବଲିଉଡରେ ମଡେଲିଂ ମାଧ୍ୟମରେ କ୍ୟାରିୟର ଆରମ୍ଭ କରିଥିବା ଅଭିନେତା ମୁଜାମ୍ମିଲ ଇବ୍ରାହିମ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି । ଯାହାକୁ ନେଇ ସେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଛନ୍ତି । କ୍ୟାରିୟର ଆରମ୍ଭ ସମୟରେ ଦୀପିକା ପାଦୁକୋନଙ୍କ ସହ ୨ ବର୍ଷ ପ୍ରେମ ସମ୍ପର୍କରେ ଥିଲେ ବୋଲି କହିଛନ୍ତି । ଅବଶ୍ୟ ଏ ନେଇ ଦୀପିକାଙ୍କ ପକ୍ଷରୁ କୌଣସି ବୟାନ ଆସି ନାହିଁ । ଶ୍ରୀନଗରରେ ୨୫ ଅଗଷ୍ଟ ୧୯୮୬ରେ ଇବ୍ରାହିମ ଜନ୍ମ ଗ୍ରହଣ କରିଥିଲେ । ୮ ବର୍ଷ ବୟସରେ ସେ ଜୀବନ ରକ୍ଷକ ପଦକ ପାଇ ସାରିଛନ୍ତି । ୨୦୦୯ରେ ଜଣେ ବୃଦ୍ଧାଙ୍କ ଜୀବନ ବଂଚାଇ ଗଡଫ୍ରେ ଫିଲିପ୍ସ ବ୍ରେଭରୀ ପୁରସ୍କାର ହାସଲ କରିଥିଲେ । ୨୦୦୩ରେ ଗ୍ଲାଡରଗସ ମ୍ୟାନହଂଟ ଇଣ୍ଡିଆ ପ୍ରତିଯୋଗିତା ଜିତିବା ସହ ମିଷ୍ଟର ଇଣ୍ଡିଆ ମଧ୍ୟ ହୋଇଛନ୍ତି । ଏହା ବ୍ୟତୀତ ସେ ଶ୍ରେଷ୍ଠ ମେଲ ମଡେଲ ପୁରସ୍କାର ମଧ୍ୟ ଜିତିଛନ୍ତି ।

୨୦୦୭ରେ ପୂଜା ଭଟ୍ଟଙ୍କ ଧୋକା ଫିଲ୍ମ ମାଧ୍ୟମରେ ସେ ବଲିଉଡରେ ପଦାର୍ପଣ କରିଥିଲେ । ଏହି ମେକାନିକାଲ ଇଂଜିନିୟରଜଣଙ୍କ ଜାତୀୟ ସନ୍ତରଣ ପ୍ରତିଯୋଗିତାରେ ମଧ୍ୟ ଚାମ୍ପିୟନ ହୋଇଛନ୍ତି । ହଠାତ ସେ କାହିଁକି ଦୀପିକାଙ୍କ ସହ ତାଙ୍କ ସମ୍ପର୍କକୁ ଖୁଲାସା କଲେ ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପବ୍ଲିସିଟି ପାଇଁ ସେ ଏହା କରିଥିବା ଅନୁମାନ କରାଯାଉଛି । ଦୀପିକାତାଙ୍କ ମଡେଲିଂ କ୍ୟାରିୟରରୁ ଆରମ୍ଭ କରି ବଲିଉଡରେ ଅନେକଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଖବରମାନ ପ୍ରକାଶ ପାଇ ଆସିଛି । ସେ ଶେଷରେ ରଣବୀର ସିଂଙ୍କୁ ବିବାହ କରିଥିଲେ ।

Comments are closed.