Latest Odisha News

BREAKING NEWS

ଧାୱନଙ୍କ ସହ ଏହି ରହସ୍ୟମୟୀ ଯୁବତୀ କିଏ ?

ଦୁବାଇ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟରେ ଭାରତ ପ୍ରଥମ ମୁକାବିଲାରେ ବାଂଲାଦେଶକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ଏହି ମ୍ୟାଚ ଅବସରରେ ପୂର୍ବତନ କ୍ରିକେଟର ଶିଖର ଧାୱନଙ୍କୁ ଷ୍ଟାଣ୍ଡରେ ଦେଖିବାକୁ ମିଳିଥିଲା । ଶିଖରଙ୍କୁ ଏକ ବିଦେଶୀ ମହିଳାଙ୍କ ଏକତ୍ର ଦେଖିବାକୁ ମିଳିଥିଲା । ଏହି ଦୁଇଜଣଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କିଏ ଏହି ରହସ୍ୟମୟୀ ଯୁବତୀ ? ଉଭୟଙ୍କ ମଧ୍ୟରେ କି ସମ୍ପର୍କ ଅଛି ତାହା ମଧ୍ୟ ସ୍ପଷ୍ଟ ହୋଇପାରିନି । ତେବେ ଏହି ମହିଳାଙ୍କ ନାମ ସୋଫି ଶାଇନ ବୋଲି କୁହାଯାଉଛି । ସେ ଆୟର୍ଲାଣ୍ଡର ବାସିନ୍ଦା ।

ସୋଫିୟା ଓ ଧାୱନଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବନ୍ଧୁତା ରହିଛି । ଉଭୟ ପରସ୍ପରକୁ ଭଲ ଭାବେ ଜାଣନ୍ତି । ଅବଶ୍ୟ ଏହି ବନ୍ଧୁତା ଅଲଗା କି ପ୍ରକାରର ରୂପ ନେଇଛି ତାହା ଅବଶ୍ୟ ସ୍ପଷ୍ଟ ହୋଇପାରି ନାହିଁ । କିଛି ଦିନ ତଳେ ଧାୱନଙ୍କ ଆୟଶା ମୂର୍ଖାଜୀଙ୍କ ସହ ବିବାହ ବିଚ୍ଛେଦ ଘଟିଛି । ସେ ଏବେ ଏକୁଟିଆ ଅଛନ୍ତି । ଆୟଶାଙ୍କ ପିଲାମାନଙ୍କୁ ଶିଖର ଆପଣାଇ ନେଇଥିଲେ ମଧ୍ୟ ଏହି ସମ୍ପର୍କ ବେଶୀ ଦିନ ତିଷ୍ଠି ନ ଥିଲା । କେତେକ ସୋସିଆଲ ମିଡିଆରେ ଉଭୟ ପରସ୍ପରକୁ ଡେଟ କରୁଥିବା ଖବର ମଧ୍ୟ ପ୍ରକାଶ ପାଉଛି ।

Comments are closed.