କିଟ୍ କାଣ୍ଡ: କିଟ୍ ବିଶ୍ବ ବିଦ୍ୟାଳୟରେ ନେପାଳ ଛାତ୍ରୀ ମୃତ୍ୟୁ ମାମଲା । ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେଲେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ଅଚ୍ୟୁତଙ୍କୁ ଛାତ୍ରୀ ମୃତ୍ୟୁ ମାମଲାରେ ଚାଲିଛି ପଚରାଉଚରା । ହାଜର ହେବାକୁ ଗତକାଲି ସମନ କରିଥିଲା ଉଚ୍ଚଶିକ୍ଷା ବିଭାଗ । ସମସ୍ତ ଡକ୍ୟୁମେଣ୍ଟ ସହ ହାଜର ହେବାକୁ କୁହାଯାଇଥିଲା ।
ରାଜ୍ୟ ଅତିଥି ଭବନରେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ, ସଚିବ ଶୁଭ ଶର୍ମା, ଗୃହ ବିଭାଗ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଅଛନ୍ତି । ପର୍ଯ୍ୟାୟ କ୍ରମେ ଚାଲିଛି ବୟାନ ରେକର୍ଡ । ଉଚ୍ଚସ୍ତରୀୟ କମିଟି ଆଗରେ ପୂର୍ବରୁ ହାଜର ହୋଇଛନ୍ତି କିଟ୍ର ପୂର୍ବତନ କର୍ମଚାରୀ ମଞ୍ଜୁଶା ପାଣ୍ଡେ, ଜୟନ୍ତୀ ନାଥ ସମେତ ୪ ଜଣ କର୍ମଚାରୀ ।
ଶୁକ୍ରବାର କମିଟି ପାଖରେ ହାଜର ହେବାକୁ ୮ ଜଣଙ୍କୁ ନୋଟିସ୍ ଦିଆଯାଇଥିଲା । ତେବେ ଏହା ପୂର୍ବରୁ ଉଚ୍ଚସ୍ତରୀୟ କମିଟି ଆଗରେ କିଟ୍ ବିଶ୍ୱ ବିଦ୍ୟାଳୟର ଭିସି ଓ ରେଜିଷ୍ଟାର ହାଜର ହୋଇଥିଲେ । କିଟ୍ରେ ନେପାଳି ଛାତ୍ରୀଙ୍କ ଆତ୍ମହତ୍ୟା ପରେ ବିବାଦ ତେଜିଥିଲା । ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଥିଲେ ରାଜ୍ୟ ସରକାର ।
Comments are closed.