Latest Odisha News

ବିଜୁଳି କାଟ ପ୍ରସଙ୍ଗରେ ଲୋକଙ୍କ ସହ କିଏ ଖେଳୁଛି ଲୁଚକାଳି ?

ଭୁବନେଶ୍ୱର: ଗତ ମାସରେ ଅସହ୍ୟ ତାତି ଯେତେବେଳେ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିଦେଇଥିଲା ସେତେବେଳେ ଶାସନ ସଚିବ କହିଥିଲେ ବିଜୁଳି କାଟ ହେବ ନାହିଁ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଏହି କେହି ପଦ କଥା ରାଜ୍ୟବାସୀଙ୍କୁ ଆଶ୍ୱସନା ଦେଇଥିଲା। କିନ୍ତୁ ବାସ୍ତବ ଚିତ୍ର କିଛି ଭିନ୍ନ ରହିଛି । ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ସବୁଠି ଚାଲିଛି ବିଜୁଳି କାଟ। ଯାହାକୁ ନେଇ ଏବେ ଜନପ୍ରତିନିଧି ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ବୁଧବାର ଶକ୍ତି ବିଭାଗର ଷ୍ଟାଣ୍ଡିଂ କମିଟି ବୈଠକ ବସିଥିଲା। ଏହି ବୈଠକରେ ବିଧାୟକ ମାନେ ବିତରଣ କମ୍ପାନୀ ଟାଟା ଅଧିକାରୀଙ୍କୁ ଏପରି ସମସ୍ୟା ପଛର କାରଣ ପଚାରିଥିଲେ।

ତେବେ ବୈଠକ ପରେ ଶକ୍ତି ସଚିବ ନିକୁଞ୍ଜ ଧଳ କହିଛନ୍ତି, ତେବେ ଖରାଦିନ ହେଇଥିବାରୁ ଓ ପିଲଙ୍କ ପରୀକ୍ଷା ଚାଲିଥିବାରୁ ବର୍ତ୍ତମାନ ସମୟରେ ପାୱାର କଟ ହେବ କଡା ନିର୍ଦ୍ଦେଶ ଦିଆଯାଇଛି । ରାତିରେ ବିଜୁଳି କାଟ ନ କରିବା ପାଇଁ ଏବଂ ଯେତେ ସମ୍ଭବ ସେତେ କମ୍ ବିଜୁଳି କାଟ କରିବାକୁ ବିଦ୍ୟୁତ ବିତରଣ କମ୍ପାନୀ ମାନଙ୍କୁ କମିଟି ପରାମର୍ଶ ଦେଇଛନ୍ତି ।

ମେ ୧ ତାରିଖରୁ ବିଜୁଳି ସମସ୍ୟା ନାହିଁ। ଆମେ ବିଜୁଳିକୁ ନେଇ କିଛି ରେଗୁଲେସନ କରୁନାହୁଁ। କିନ୍ତୁ ବିଦ୍ୟୁତ ବିତରଣ କାରୀ ସଂସ୍ଥାମାନେ ବିଭିନ୍ନ ମେଣ୍ଟେନାସ ଓ କ୍ୟାପିଟାଲ ୱାର୍କ କରିବା ପାଇଁ ବିଜୁଳି କାଟ କରୁଛନ୍ତି। ତେଣୁ ତାଙ୍କୁ ପରାମର୍ଶ ଦିଆଯାଇଛି ବର୍ତ୍ତମାନ ଖରା ଦିନ ଚାଲିଥିବାରୁ ସେମାନେ ବିଜୁଳି କାଟକୁ ଯେତେ ସମ୍ଭବ ସେତେ କମ୍ କରିବେ । ହାରାହାରି ୪୪୦୦ ରୁ ୪୫୦୦ ମେଗାୱାଟ ଆମର ପିକ ସମୟରେ ଆବଶ୍ୟକ ରହୁଛି । କିନ୍ତୁ ମେ ୧ ରୁ ସେହି ଆବଶ୍ୟକତା କୁ ପୂରଣ କରି ପାରୁଛୁ। ଓପିଜିସିର ୟୁନିଟ ୪ ଆସିବା ପରେ ଆମର ବର୍ତ୍ତମାନ ରାଜ୍ୟରେ ଶକ୍ତି ସମସ୍ୟା ଆଉ ନାହିଁ ବୋଲି ସଚିବ କହିଛନ୍ତି।

ସେହିପରି ଟାଟା ପାୱାର ନର୍ଥର ସିଇଓ ଭାସ୍କର ସରକାର କହିଛନ୍ତି, ମେଣ୍ଟେନାସ୍ କାମ ଆମକୁ କରିବାକୁ ହେବ। ଗତବର୍ଷ ଆମେ କୋଭିଡ ଓ ବାତ୍ୟା ପାଇଁ ମେଣ୍ଟେନାସ୍ କରି ପାରି ନଥିଲୁ। ଏବେ ଆମେ ମେଣ୍ଟେନାସ କରୁଛୁ ଯେମିତି ଆଗକୁ ବହୁତ ଭଲ ଭାବେ ବିଜୁଳି ମିଳିବ। ଏବେ ଆଉ ବିଜୁଳି କାଟ ସମସ୍ୟା ହେବ ନାହିଁ। ମେଣ୍ଟେନାସ କାମ କେବଳ ସକାଳ ସମୟରେ ହେବ। ଦିନ ବେଳେ କାମ କେମିତି କମ ହେବ ସେ ନେଇ ଆମେ ଚେଷ୍ଟା କରିବୁ । ବହୁତ ବର୍ଷ ହେଲାଣି ସିଷ୍ଟମ ରେ କୌଣସି ମେଣ୍ଟେନାସ୍ ହୋଇ ନଥିଲା ତେଣୁ ଆମକୁ ସବୁ କରି ବାକୁ ପଡୁଛି । ତେବେ ଅଧିକ ବିଲ୍ ଆସୁଛି ଅଭିଯୋଗର ଆଧାର ନାହିଁ । ନିୟମ ଅନୁସାରେ ନିଆଯାଉଛି ବୋଲି ଟାଟା ପାଓ୍ୱାର କହିଛି।

Leave A Reply

Your email address will not be published.