Latest Odisha News

BREAKING NEWS

ହିଟମ୍ୟାନଙ୍କ ସମସ୍ତ କାରୋବାର ସମ୍ଭାଳୁଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ମହାନ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ କିଏ ବା ନ ଜାଣେ । କ୍ରିକେଟ ଦୁନିଆରେ ସେ ହିଟମ୍ୟାନ ଭାବେ ପରିଚିତ । ତେବେ ଆପଣମାନେ ହିଟମ୍ୟାନଙ୍କ ଭାଇ ବିଶାଳ ଶର୍ମାଙ୍କ ବିଷୟରେ କିଛି ଜାଣନ୍ତି କି ? ସେ ପ୍ରାୟତଃ ଲାଇମଲାଇଟଠାରୁ ଦୂରରେ ରହିଥାନ୍ତି । ମିଡିଆ ରିପୋର୍ଟ ଅନୁସାରେ ରୋହିତଙ୍କ ସମସ୍ତ କାରୋବାର ବିଶାଳ ସମ୍ଭାଳନ୍ତି । ଏହା ବ୍ୟତୀତ ହିଟମ୍ୟାନଙ୍କ କ୍ରିକିଙ୍ଗଡମ କ୍ରିକେଟ ଏକାଡେମୀ କଥା ମଧ୍ୟ ସେ ବୁଝନ୍ତି । ରୋହିତଙ୍କ ଏହି ଏକାଡେମୀ ଭାରତର ବିଭିନ୍ନ ସହରରେ ରହିଛି । ଏବେ ଇଣ୍ଡୋନେସିଆ ଏବଂ ଅନ୍ୟ କେତେକ ସ୍ଥାନରେ ମଧ୍ୟ ଏହି ଏକାଡେମୀ ଖୋଲିଛି ।

ବିଶାଳ ବିଜିନେସ ଡେଭଲେପମେଂଟ କାର୍ଯ୍ୟ କରନ୍ତି । ରୋହିତଙ୍କ ସମ୍ପୂର୍ଣ୍ଣ ବିଶ୍ୱାସ ତାଙ୍କ ଭାଇ ଉପରେ ରହିଛି । ରୋହିତଙ୍କ ନେତୃତ୍ୱରେ ଭାରତ ଟି୨୦ ବିଶ୍ୱକପ ଓ ଚାମ୍ପିୟନ୍ସ ଟ୍ରଫି ଜିତିଛି । ଏବେ ବିସିସିଆଇ ଆଗାମୀ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ରିପୋର୍ଟ ମୁତାବକ ରୋହିତଙ୍କୁ ଏହି ଗସ୍ତରେ ପୂର୍ବଭଳି ଭାରତର ଅଧିନାୟକ କରାଯିବ ।

Comments are closed.